ଅନ୍ୟାନ୍ୟ

ବରିଷ୍ଠ ନାଗରିକଙ୍କ ସ୍ଵାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜିତ, ମାଗଣାରେ ବ୍ଲଡ ଟେଷ୍ଟ କଲେ ଶତାଧିକ ବୟସ୍କ

By Angul TV Bureau

July 26, 2025

ଅନୁଗୁଳ: ଆୟୁଷ୍ମାନ ଭାରତ ଯୋଜନା ଅନ୍ତର୍ଭୁକ୍ତ ସହରାଞ୍ଚଳ ଆରୋଗ୍ୟ ମନ୍ଦିର ଆନୁକୂଲ୍ୟରେ ସହରାଞ୍ଚଳର ବରିଷ୍ଠ ନାଗରିକଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରାଯାଉଛି। ଆଜି ତାଳଚେର ପୌରାଞ୍ଚଳ ଅନ୍ତର୍ଗତ ୯ନମ୍ବର ୱାର୍ଡ ରାମଚନ୍ଦ୍ର ବଜାର ନିକଟସ୍ଥ ପାଟରା ସାହି ସ୍କୁଲ ପରିସରରେ ଥିବା ଅଙ୍ଗନୱାଡ଼ି କେନ୍ଦ୍ର ଠାରେ ବରିଷ୍ଠଙ୍କ ପାଇଁ ସ୍ଵାସ୍ଥ୍ୟ ଶିବିର ଆୟୋଜିତ ହୋଇଛି।

ୱାର୍ଡ କାଉନସିଲର ମମତା ରାଉତ ଶିବିରକୁ ଉଦ୍ଘାଟନ କରିଥିବା ବେଳେ ଅନ୍ୟତମ ଅତିଥି ଭାବେ ସାମ୍ବାଦିକ ତପନ କୁମାର ମହାରଣା ଯୋଗ ଦେଇଥିଲେ। ସ୍ଥାନୀୟ ଅଞ୍ଚଳର ଶତାଧିକ ବୟସ୍କ ଏଠାରେ ରକ୍ତଚାପ, ମଧୁମେହ, ହିମୋଗ୍ଲୋବିନ ଆଦି ପରୀକ୍ଷା କରାଇଥିଲେ। ମେଡିକାଲ ଅଫିସର ଡାକ୍ତର ପ୍ରଦ୍ୟୁମ୍ନ ମହାନ୍ତି ସମସ୍ତଙ୍କ ପରୀକ୍ଷା କରାଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଫାର୍ମାସିଷ୍ଟ ସୀତାକାନ୍ତ ଖିଲାର, ଲାବୋରେଟରୀ ଟେକ୍ନିସିଆନ ପିଣ୍ଟୁ ବିଶ୍ୱାସ, ଷ୍ଟାଫ୍ ନର୍ସ ପଦ୍ମିନୀ ସାହୁ, ସ୍ୱାଗତିକା ସାହୁ, ଏ ଏନ୍ ଏମ ଜ୍ୟୋତିର୍ମୟୀ ଦେହୁରୀ, ଐଶ୍ୱର୍ଯ୍ୟା ଦେବତା, ଗୌରୀ ବେହେରା, ପିଙ୍କି ସାହୁ, ସ୍ଵାଧୀନତା ସାହୁ, ଆଶାକର୍ମୀ ସତ୍ୟଭାମା ଦାସ, ଅଙ୍ଗନୱାଡ଼ି ଶିକ୍ଷୟିତ୍ରୀ ବନଜ୍ୟୋତ୍ସନା ସାହୁ, ସମାଜସେବୀ ଲଳିତ ବଲ୍ଲଭ ରାଉତ ପ୍ରମୁଖ ସହଯୋଗ କରିଥିଲେ।