ଅନ୍ୟାନ୍ୟ

କୁରୁଡ଼ୋଲ ପଞ୍ଚାୟତରେ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ଉଦଘାଟିତ, ମାଗଣା ଔଷଧ ସହ ସବୁ ପରୀକ୍ଷା କରିପାରିବେ ରୋଗୀ

By Angul TV Bureau

September 05, 2022

ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ କୁରୁଡ଼ୋଲ ପଞ୍ଚାୟତରେ ଆଜି ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରକୁ ଉଦଘାଟନ କରିଛନ୍ତି ସରପଞ୍ଚ ଦିବାକର ମହାଳିକ। ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଯୋଗୁ କୁରୁଡ଼ୋଲ ପଞ୍ଚାୟତ ଓ ଆଖପାଖ ଅଞ୍ଚଳବାସୀ ଉପକୃତ ହେବେ ବୋଲି ସରପଞ୍ଚ କହିଛନ୍ତି।

ଏହି ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରରେ ୧୨ ପ୍ରକାରର ଟେଷ୍ଟ କରାଯିବା ସହ ମାଗଣାରେ ୧୦୫ ପ୍ରକାରର ଔଷଧ ଦିଆଯିବ। ଆଜିର କାର୍ଯ୍ୟକ୍ରମରର ସରପଞ୍ଚଙ୍କ ସମେତ ସମିତି ସଭ୍ୟ, ନାଏବ ସରପଞ୍ଚ, ପଞ୍ଚାୟତର ସମସ୍ତ ୱାର୍ଡମେମ୍ବର, ଏମବିକେ, ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ, ସିଆରପି ମେମ୍ବରଙ୍କ ସମେତ ପଞ୍ଚାୟତବାସୀ ଉପସ୍ଥିତ ଥିଲେ।