ମୁଖ୍ୟ ଖବର

ସରକାରଙ୍କ ନିର୍ଦେଶ: ଦମନ ଫିଲ୍ମ ଦେଖିବେ ସ୍ୱାସ୍ଥ୍ୟ କର୍ମଚାରୀ

By Biswaranjan Pattnaik

November 28, 2022

ଅନୁଗୁଳ: ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ ସଂକ୍ଷେପରେ ଦମନ ଚଳଚ୍ଚିତ୍ର ଏବେ ଦେଶ ସାରା ପ୍ରସଂଶା ସାଉଁଟିଛି। କୋରାପୁଟ ଭଳି ମ୍ୟାଲେରିଆ ପ୍ରବଣ ଅଞ୍ଚଳରେ ଜନୈକ ଡାକ୍ତର କିଭଳି ସେଠାରେ ଚାଲି ଚାଲି ବା ଭାରରେ ରୋଗୀଙ୍କୁ ନେଇ ଚିକିତ୍ସା କରିଥିଲେ ଏବଂ ସେ ଅଞ୍ଚଳରେ ଗୁଣୀଆ ମାନଙ୍କ କବଳରୁ ଲୋକଙ୍କୁ ରକ୍ଷା କରିଥିଲେ ତା ଉପରେ ପର୍ଯ୍ୟବେସିତ ଏହି ଦମନ ଚଳଚିତ୍ର ଦେଖିବାକୁ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି।

ଇତି ମଧ୍ୟରେ ରାଜ୍ୟ ସରକାର ଏହାକୁ ଟାକ୍ସ ଫ୍ରି କରିବା ପରେ ସ୍ୱାସ୍ଥ୍ୟ ସଚିବ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ବିଶେଷ କରି ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ମାନେ କିଭଳି ଏହି ଫିଲ୍ମ ଦେଖି ଅନୁପ୍ରେରିତ ହେବେ ସେଥିପାଇଁ ସ୍ୱତନ୍ତ୍ର ସ୍କ୍ରିନିଂ ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଛନ୍ତି।ଅନ୍ତତଃ ପକ୍ଷେ ଗୋଟିଏ ସବଡିବିଜନରେ ଗୋଟିଏ ସୋ ଆୟୋଜନ କରିବାକୁ ପରାମର୍ଶ ଦିଆଯାଇଛି ।