ଅନୁଗୁଳ: ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟିର ନବନିର୍ବାଚିତ ସଭାପତି ସୁନୀଲ କୁମାର ପ୍ରଧାନଙ୍କୁ ରବବାର ଏକ ବିଶାଳ ଶୋଭାଯାତ୍ରା ଓ ସମ୍ବର୍ଦ୍ଧନା ସଭା ମାଧ୍ୟମରେ ଉଚ୍ଛ୍ବସିତ ସମ୍ବର୍ଦ୍ଧନା କରାଯାଇଛି। ଶୈଳଶ୍ରୀକ୍ଷେତ୍ର ଓ ମା’ ବୁଢୀଠାକୁରାଣୀଙ୍କ ମନ୍ଦିରରୁ ଆରମ୍ଭ ହୋଇ ଗାନ୍ଧୀ ପାର୍କ ଓ ସୋମନାଥ ସିଂହ ଜଗଦ୍ଦେବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶୋଭାଯାତ୍ରା କଂଗ୍ରେସ ଭବନରେ ପହଞ୍ଚିଥିଲା। ବରିଷ୍ଠ ନେତା ସାଧୁ ଚରଣ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ବିଭିନ୍ନ ସଂଗଠନର ନେତା ଓ କର୍ମୀମାନେ ସୁନୀଲଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ସୁନୀଲ ପ୍ରଧାନ କହିଥିଲେ, “ମୁଁ’ର ଯୁଗ ଶେଷ, ଏବେ ଆମେ’ର ଯୁଗ ଆରମ୍ଭ। ଅନୁଗୁଳ ଜିଲ୍ଲାର ସମସ୍ୟାର ସମାଧାନ ପାଇଁ ଜାଗ୍ରତ ପ୍ରହରୀ ଭାବେ କଂଗ୍ରେସ କାର୍ଯ୍ୟ କରିବ।” ସଭାରେ ପ୍ରଦେଶ କଂଗ୍ରେସ ନେତା ଜଗଦାନନ୍ଦ ପ୍ରଧାନ, ରୂପାଦୀପ୍ତା ମହାପାତ୍ର ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ବିଜିଗୋଳ, ତ୍ରିବିଡା ଓ କଣିହାଁ ପଞ୍ଚାୟତର କେତେକ ନେତା ଆନୁଷ୍ଠାନିକ ଭାବେ କଂଗ୍ରେସରେ ଯୋଗ ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ କମିଟିର ବରିଷ୍ଠ ନେତା ବିମଳ କୁମାର ପ୍ରଧାନ, ଦିଗମ୍ବର ଗଡନାୟକ, ଗୋପାଳ ଚନ୍ଦ୍ର ନାଥ, ଟିକନ ବେହେରା, ଚିତ୍ତରଞ୍ଜନ ପ୍ରଧାନ, ସୁବ୍ରତ ଗଡନାୟକ ଗୋବିନ୍ଦ ନାଏକ, ସନ୍ତୋଷ ପଟ୍ଟନାୟକ, ବଲବୀର ସିଂ, ବିନୋଦ ମାଝୀ, ଅମୂଲ୍ୟ ବେହେରା, ସୁଶାନ୍ତ ସାମଲ, କେଶବ ଭୂତିଆ,ସହଦେବ ବେହେରା, ସୁଦୀପ ମିଶ୍ର,ଧର୍ମେନ୍ଦ୍ର ନାଥ ମିଶ୍ର, ସଞ୍ଜୀବ କୁମାର ମାଣ୍ଡୋଠିଆ, ପ୍ରଦ୍ୟୁମ୍ନ ସାହୁ, ଲୁଲୁ ପାଣିଗ୍ରାହୀ, ନୀଳକଣ୍ଠ ନାଏକ, ଦାଶରଥି ସାହୁ, ଦୁଷ୍ମନ୍ତ ଦଳବେହେରା,କସିଦା ଖାନ, ସ୍ଵାଗତିକା ସାହୁ, ବାସୁଦେବ ସାମଲ, ରାକେଶ ମିଶ୍ର, ହେମନ୍ତ ମହାଳିକ, ସୁବାସ ସାହୁ, ରଶ୍ମି ରଞ୍ଜନ ସାହୁ, ଗୋପାଳ ପ୍ରଧାନ ପ୍ରମୁଖ କଂଗ୍ରେସ ନେତା ଯୋଗ ଦେଇଥିଲେ।