ମୁଖ୍ୟ ଖବର

କାଲି ବର୍ଷା କମିବ, କିନ୍ତୁ ବୁଧବାରଠୁ ପୁଣି ଛେଚିବ

By Angul TV Bureau

August 14, 2022

ଭୁବନେଶ୍ୱର: ଆସନ୍ତାକାଲି ଅର୍ଥାତ୍ ସୋମବାର ଠାରୁ କମିବ ବର୍ଷାର ପରିମାଣ କମିବ। ମଙ୍ଗଳବାର ପାଇଁ କୌଣସି ସତର୍କ ସୂଚନା ନାହିଁ। କିନ୍ତୁ ବୁଧବାର ଓ ଗୁରୁବାର ଠାରୁ ପୁଣି ବର୍ଷା ବଢ଼ିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ଅନ୍ୟପଟେ ସୁଦୃଶ୍ୟ ଲଘୁଚାପ, ଅବପାତର ରୂପ ନେଇ ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା ଉପକୂଳ ଅତିକ୍ରମ କରିଛି। ଏହାର ପ୍ରଭାବରେ ଆଜି ରାଜ୍ୟର ପ୍ରାୟ ଅଧିକାଂଶ ସ୍ଥାନରେ ଦିନ ତମାମ ମେଘୁଆ ପାଗ ସହ ବର୍ଷା ଜାରି ରହିଥିଲା।

ଓଡ଼ିଶାରେ ୧୧ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ସୋନପୁର, ବରଗଡ଼, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର ଓ ସୁନ୍ଦରଗଡ଼ ରହିଛି। ଏସବୁ ଜିଲ୍ଲାରେ ଆସନ୍ତାକାଲି ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ପ୍ରବଳରୁ ଅତିପ୍ରବଳ ବର୍ଷାର ଆଶଙ୍କା ରହିଛି। ସେହିପରି ୧୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ୧୫ ତାରିଖ ଦିନ କେବଳ ନୂଆପଡ଼ା, ବରଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା ପାଇଁ ୟେଲୋ ୱାର୍ଣ୍ଣଂ କରାଯାଇଛି। ୧୬ ତାରିଖରେ ବର୍ଷା କମିବ। କିନ୍ତୁ ୧୯ରେ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ଆଶଙ୍କା ଥିବାରୁ ପୁଣି ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।