ଅନୁଗୋଳ: ଲଘୁଚାପ ପ୍ରଭାବରେ କିଶୋରନଗର ବ୍ଲକ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଥିବାବେଳେ ଗତକାଲିଠାରୁ ଆଜି ସକାଳ ସୁଦ୍ଧା ସର୍ବାଧିକ ୧୫୩.୬ ମିମି ବର୍ଷା ରେକର୍ଡ କରାଯାଇଛି। ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି।ବର୍ଷା କାରଣରୁ ଘୋଷର ଓ ରାଇବାହାଳ ପୂର୍ତ୍ତ ପୋଲ ଉପରେ ୩ ଫୁଟରୁ ଅଧିକ ଜଳ ପ୍ରବାହିତ ହୋଇଥିଲା। ଫଳରେ କିଶୋରନଗର-ହିମିତିରା ଏବଂ ବାମୁର-ମାଧପୁର ପୂର୍ତ୍ତ ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା। ତେବେ ଜଳ ନିଷ୍କାସନ ହେବା ପରେ ଆଜି ସକାଳୁ ଯାତାୟାତ ସ୍ବାଭାବିକ ହୋଇଛି।ଏହି ଲଗାଣ ବର୍ଷା ଯୋଗୁଁ ବ୍ୟାପକ ଚାଷ ଜମି ଜଳମଗ୍ନ ହୋଇଥିବାବେଳେ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ ନଜର ରଖାଯାଇଛି।