ଅନ୍ୟାନ୍ୟ

ଭାରିଯାନ କୋଇଲା ଗାଡ଼ି ବନ୍ଦ ଘଟଣା: କେବଳ ରାତି ୧୦ରୁ ସକାଳ ୬ ଯାଏଁ ଚଳାଚଳ ପାଇଁ ଅନୁମତି

By Sanjeeb Biswal

November 09, 2022

ଛେଣ୍ଡିପଦା: ଅନୁଗୁଳରୁ ଛେଣ୍ଡିପଦା ଦେଇ ଯାଇଥିବା ୬୩ନଂ ରାଜ୍ୟ ରାଜପଥର ଅବସ୍ଥା ଶୋଚନୀୟ ଥିବାରୁ ସମାଧାନ ଦାବିରେ କୋଶଳା ମିଳିତ ଯୁବ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଭାରିଯାନ କୋଇଲା ଗାଡି ପରିବହନ ବନ୍ଦ ରହିଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଛେଣ୍ଡିପଦା ବିଧାୟକଙ୍କ ନେତୃତ୍ୱରେ ଭାରିଯାନ କୋଇଲା ଗାଡ଼ିର କର୍ମକର୍ତ୍ତା, ଛେଣ୍ଡିପଦା ଥାନାଧିକାରୀ, କୋଶଳା ଗ୍ରାମର କର୍ମକର୍ତ୍ତା, ସରପଞ୍ଚ ଓ କୋଶଳା ମିଳିତ ଯୁବ କ୍ରିୟାନୁଷ୍ଠାନ କମିଟି ସଦସ୍ୟଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

ବୈଠକରେ ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଭାରିଯାନ କୋଇଲା ବୋଝେଇ ଗାଡି ଚଳାଚଳ କରିବା ନେଇ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ପ୍ରଶାସନ ପକ୍ଷରୁ ମିଳିତ ଯୁବ କ୍ରିୟାନୁଷ୍ଠାନ କମିଟିର ଦାବି ମୁତାବକ କାର୍ଯ୍ୟର ସମାଧାନ ପାଇଁ ୧୦ଦିନ ମଧ୍ୟରେ ପ୍ରଶାସନଙ୍କ ସହ ଆଲୋଚନା କରାଯିବା ନେଇ ନିଷ୍ପତ୍ତି ହୋଇଛି।