ମୁଖ୍ୟ ଖବର

ସାତକୋଶିଆ ଗଣ୍ଡର ନିଷିଦ୍ଧାଞ୍ଚଳରେ ପୁଣି ଉଡ଼ିଲା ହେଲିକପ୍ଟର, ୧୧ ଦିନରେ ୩ଥର ଭରିଲାଣି ଉଡାଣ

By Swagatika Samantray

February 24, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ସାତକୋଶିଆ ଗଣ୍ଡର ନିଷିଦ୍ଧାଞ୍ଚଳ ଉପରେ ହେଲିକପ୍ଟର ଉଡାଣ ପ୍ରହେଳିକା ମଧ୍ଯରେ ରହିଥ‌ିବା ବେଳେ ପୁନର୍ବାର ଏହି ନିଷିଦ୍ଧାଞ୍ଚଳ ଦେଇ ଆଉ ଏକ ହେଲିକପ୍ଟର ଉଡାଣ କରିଛି। ଗତ ୧୧ ଦିନରେ ଏହା ତୃତୀୟ ଘଟଣା। ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ପୁଣି ଚିଠି ଲେଖିଲା ଅନୁଗୁଳ ବନ ବିଭାଗ। କିନ୍ତୁ କିଏ ଓ କାହାଠାରୁ ଅନୁମତି ନେଇ ଏଭଳି ବାରମ୍ବାର ଉଡାଣ କରୁଛି ତାହାର ସ୍ପଷ୍ଟ ସୂଚନା ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ। ପ୍ରକାଶ ଥାଉକି ପୂର୍ବରୁ ଏନେଇ ଅନୁଗୁଳ ବନବିଭାଗ ପକ୍ଷରୁ ଭୁବନେଶ୍ବର ଓ ଝାରସୁଗୁଡା ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଥିଲା।