ଅନ୍ୟାନ୍ୟ

ଅସୁସ୍ଥ ଅଜୟଙ୍କୁ ସାହାଯ୍ୟର ହାତ ବଢ଼ାଇଲା ଅନୁଗୁଳ ଜିଲ୍ଲା ସାମ୍ବାଦିକ ସଂଘ ସଦସ୍ୟ

By Angul TV Bureau

January 21, 2025

ଅନୁଗୁଳ : ଅନୁଗୁଳ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରାଯାଇଛି। ସାମ୍ବାଦିକ ସଂଘର ସଭାପତି ଅଜିତ୍ କୁମାର ଧର ତୁରଙ୍ଗ ପଞ୍ଚାୟତର ଗୀତା ଗ୍ରାମର ଅଜୟ ବେହେରାଙ୍କୁ ସହାୟତା ରାଶି ପ୍ରଦାନ କରିଛନ୍ତି। ସୂଚନା ମୁତାବକ, ଅଜୟ ଦୀର୍ଘ ଦିନ ହେବ ଅସୁସ୍ଥ ଥିବାରୁ ତାଙ୍କ ପତ୍ନୀ କିରଣ ବେହେରା ସିଲେଇ କରି ଘର ଚଳାଉ ଥିଲେ। କିନ୍ତୁ ଦଇବ ଦାଉ ସାଧିବା ଭଳି କିଛି ଦିନ ତଳେ କିରଣଙ୍କର ହଠାତ ଦେହାନ୍ତ ହୋଇଛି। ଏଣୁ ଘର ଚଳାଇବା ପାଇଁ ଅଜୟ ଅକ୍ଷମ ହୋଇପଡ଼ିଛନ୍ତି। ଏ ନେଇ ଜାଣିବା ପରେ ସାମ୍ବାଦିକ ସଂଘ ସଭାପତି ଅଜିତ କୁମାର ଧରଙ୍କ ସହ ଅନ୍ୟ ସଦସ୍ୟ ପହଞ୍ଚି ତାଙ୍କୁ ସାହାଯ୍ୟ କରିଥିବା ଜଣାଯାଇଛି।