ମୁଖ୍ୟ ଖବର

କଳା ଶିକ୍ଷକ ସଞ୍ଜୟ ବେହେରାଙ୍କ ମୃତ୍ୟୁ ପରେ ବେସାହାରା ପରିବାରକୁ ସାହାଯ୍ୟ: ସହାୟତା କଲା ରାଜ୍ୟ କଳା ଓ କ୍ରୀଡ଼ା ଶିକ୍ଷକ ସଂଘ

By Angul TV Bureau

January 19, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାହାଳସାହି ଉଚ୍ଚ ବିଦ୍ୟାଳୟରେ ଥିବା କଳା ଶିକ୍ଷକ ସଞ୍ଜୟ କୁମାର ବେହେରାଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ବେସାହାରା ହୋଇ ପଡ଼ିଛି। ଏହି ଖବର ପାଇ ରାଜ୍ୟ କଳା ଓ କ୍ରୀଡ଼ା ଶିକ୍ଷକ ସଂଘ ତାଙ୍କ ପରିବାରକୁ ସାକ୍ଷାତ କରି ସହାୟତାର ହାତ ବଢ଼ାଇଛନ୍ତି। ରାଜ୍ୟ ସଂଘର ସଦସ୍ୟ ଧରଣୀଧର ସାହୁ, ଅନୁଗୁଳ ଜିଲ୍ଲା ସଭାପତି ସରୋଜ ରଞ୍ଜନ ସେନାପତି, ଛେଣ୍ଡିପଦା ବ୍ଲକ ସଭାପତି ବାଳକୃଷ୍ଣ ସାହୁ ଓ କୋଷାଧ୍ୟକ୍ଷ ଗୋକୁଳ ଚନ୍ଦ୍ର ସାହୁ ପ୍ରମୁଖ ମୃତ ସଞ୍ଜୟ କୁମାର ବେହେରାଙ୍କ ଘରେ ପହଞ୍ଚି ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।