ଅନ୍ୟାନ୍ୟ

ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କ ପରଲୋକ

By Biswaranjan Pattnaik

August 15, 2023

 

ଅନୁଗୁଳ: ଅବସରପ୍ରାପ୍ତ ପୋଲିସ ସବ ଇନ୍ସପେକ୍ଟର ହେମନ୍ତ କୁମାର ଦାସଙ୍କ କୁମଣ୍ଡ ସ୍ଥିତ ବାସ ଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା। ସେ ଜଣେ ଦକ୍ଷ ଓ ସଚ୍ଚୋଟ ପୋଲିସ ଅଧିକାରୀ ଭାବେ ଯେପରି ପରିଚିତ ଥିଲେ ଅବସର ପରେମଧ୍ୟ ନିଜର ମେଳାପି ସ୍ୱଭାଵ ପାଇଁ ସେହିଭଳି ଲୋକପ୍ରିୟ ଥିଲେ।

କରଡ଼ା ଗାଡିଆ ଶ୍ମଶାନରେ ତାଙ୍କର ଅନ୍ତ୍ୟେଷ୍ଟି କ୍ରିୟା ସମ୍ପନ୍ନ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କର ଦୁଇ ପୁଅ ବୋହୁ ନାତି ନାତୁଣୀ ପ୍ରମୁଖ ଉପସ୍ଥିତ ଥିଲେ ।