ଅନ୍ୟାନ୍ୟ

ହେମସୁରପଡ଼ା ଦୁର୍ଗାପୂଜା କମିଟିର ନୂତନ କର୍ମକର୍ତ୍ତା ଚୟନ, ଅମରେଶଙ୍କୁ ସଭାପତି ଦାୟିତ୍ୱ

By Angul TV Bureau

July 20, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ହେମସୁରପଡ଼ା ଦୁର୍ଗାପୂଜା କମିଟିର ନୂତନ କର୍ମକର୍ତ୍ତା ଚୟନ କରାଯାଇଛି। ସ୍ଥାନୀୟ ଦୁର୍ଗାପୂଜା ମଣ୍ଡପ ଠାରେ ଅନୁଷ୍ଠିତ ବୈଠକରେ ପ୍ରଥମେ ଗତ ବର୍ଷ ଦୁର୍ଗାପୂଜାର ଆୟବ୍ୟୟ ଉପସ୍ଥାପନା କରାଯାଇଥିଲା। ପରେ ଅସ୍ଥାୟୀ ସଭାପତି ଅଭିମନ୍ୟୁ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା।

ସଭାପତି ଭାବେ ଅମରେଶ ଚନ୍ଦ୍ର ସ୍ୱାଇଁ, ପ୍ରଥମ ଉପସଭାପତି ଅଶୋକ ଦଳବେହେରା, ଦ୍ୱିତୀୟ ଉପସଭାପତି କଲୋଳ କାନ୍ତ ସାହୁ, ସାଧାରଣ ସମ୍ପାଦକ ଭାବେ ମନୋରଞ୍ଜନ ଦାସ, ୭ ଜଣ ସହସମ୍ପାଦକ ଅଶ୍ୱିନୀ ଦଳବେହେରା, ସୁଜିତ କୁମାର ବେହେରା, ବିକାଶ ସୁବୁଦ୍ଧି, ସେକ ଗରିବୁଲା, ନୌଶାଦ ଅଲ୍ଲୀ, ଦିବ୍ୟରଞ୍ଜନ ଦାସ, ରତନ କୁମାର ଜେନା ଏବଂ କୋଷାଧ୍ୟକ୍ଷ ଭାବେ ପ୍ରଶାନ୍ତ କୁମାର ଦଳବେହେରାଙ୍କୁ ଚୟନ କରାଯାଇଛି। ୫ ଜଣ ଉପଦେଷ୍ଟା ପଦରେ ବ୍ରହ୍ମାନନ୍ଦ ସ୍ୱାଇଁ, ଅଭିମନ୍ୟୁ ସ୍ୱାଇଁ, ରିଆଜୁଦିନ ଅହମ୍ମଦ, ମୁନୁ ଭୋଇ, ଶୁଭ୍ରାଂଶୁ ପ୍ରଧାନଙ୍କୁ ଚୟନ କରାଯାଇଛି। ଚଳିତ ବର୍ଷ ଶାନ୍ତିଶୃଙ୍ଖଳା ସହିତ ଦୁର୍ଗାପୂଜା ଅନୁଷ୍ଠିତ ହେବ ବୋଲି ନୂତନ କର୍ମକର୍ତ୍ତା ପ୍ରକାଶ କରିଛନ୍ତି। ଚଳିତ ବର୍ଷ ଦୁର୍ଗାପୂଜା ପାଇଁ ୩୦ ଲକ୍ଷର ବଜେଟ୍ ରଖାଯାଇଥିବା ସଭାପତି ସୂଚନା ଦେଇଛନ୍ତି।