କ୍ରୀଡ଼ା

ଡିସେମ୍ବର ୪ରୁ ହେମସୁରପଡା କପ ଫୁଟବଲ

By Biswaranjan Pattnaik

December 02, 2022

ଅନୁଗୁଳ: ଆସନ୍ତା ଡିସେମ୍ବର ୪ ତାରିଖରୁ ୧୧ ତାରିଖ ଯାଏ ପ୍ରିନ୍ସ ଆଣ୍ଡ ପ୍ରିନ୍ସ କ୍ଲବ ଆନୁକୂଲ୍ୟରେ ଟାଉନ ହାଇ ସ୍କୁଲ ପଡ଼ିଆରେ ହେମସୁରପଡା କପ ଫୁଟବଲ ଆୟୋଜିତ ହେବ। ଏହି ଟୁର୍ଣ୍ଣାମେଣ୍ଟରେ ଓଡ଼ିଶାର ବଛା ବଛା ଆଠଟି ଦଳ ଭାଗ ନେବେ ଝାରସୁଗୁଡା, ବଡମ୍ବା, ସମ୍ବଲପୁର, ଜଟଣୀ କୁଚିଣ୍ଡା ଆଦି ଅଞ୍ଚଳରୁ ବିଭିନ୍ନ ଫୁଟବଲ ଦଳ ଅଂଶ ଗ୍ରହଣ କରିବେ।

ଆଜି ଅନୁଷ୍ଠତ ଏକ ସମ୍ବାଦିକ ସମ୍ମିଳନୀରେ ଏଥିନେଇ ସୂଚନା ପ୍ରଦାନ କରିଥିଲେ କ୍ଲବର ସଭାପତି ଅନୀଲ କୁମାର ଦଳବେହେରା, ଉପସଭାପତି ରଶ୍ମି ରଞ୍ଜନ ସାମଲ, ସଂପାଦକ ସରୋଜ ଜେନା ସହ ସମ୍ପାଦକ ଜ୍ୟୋତିରଞ୍ଜନ ସାହୁ। ଅନ୍ୟ ମାନଙ୍କ ମଧ୍ୟରେ କ୍ଲବର ଉପଦେଷ୍ଟା ଦିବ୍ୟଦର୍ଶୀ ବଳିୟାରସିଂହ, ସୁନୀଲ ମିଶ୍ର ଓ ଶାନ୍ତନୁ ସ୍ୱାଇଁ ପ୍ରମୁଖ ସମ୍ମିଳନୀରେ ଉପସ୍ଥିତଥିଲେ। ଉଦଘାଟନୀ ମ୍ୟାଚରେ ମା’ ବୁଢ଼ୀ କ୍ଲବ ଅନୁଗୁଳ- ଢେଙ୍କାନାଳକୁ ଭେଟିବ ।