କ୍ରୀଡ଼ା

ହେମସୁରପଡା କପ ଫୁଟବଲ: କୁଚିଣ୍ଡା ଝାରସୁଗୁଡାକୁ ହରାଇ ଚମ୍ପିୟାନ

By Angul TV Bureau

December 12, 2022

ଅନୁଗୁଳ: ହେମସୁରପଡା କପ ଫୁଟବଲ ଟୁର୍ଣ୍ଣାମେଣ୍ଟର ରବିବାର ଅନୁଷ୍ଠିତ ଫାଇନାଲରେ କୁଚିଣ୍ଡା ଝାରସୁଗୁଡାକୁ ୧-୦ ଗୋଲରେ ହରାଇ ଚମ୍ପିୟାନ ଆଖ୍ୟା ଅର୍ଜନ କରିଛି।

ଏହି ସମାରୋହରେ ଅନୁଗୁଳ କ୍ରିକେଟ ଆସୋସିଏସନର ସଭାପତି ପ୍ରତାପ ପ୍ରଧାନ,ବିଜେପି ନେତା ଅଗସ୍ତି ବେହେରା, ସମାଜସେବୀ ଶଶାଙ୍କ ପ୍ରଧାନ, ବିଭୁତି ସାହୁ ଉଷାରାଣୀ ସାମଲ,ବ୍ୟବସାୟୀ ଶ୍ରୀରାମ ମାଣ୍ଡୋଠିଆ, ଦେବେନ ଅଗ୍ରୱାଲ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରିନ୍ସ ଆଣ୍ଡ ପ୍ରିନ୍ସ କ୍ଲବର ସଭାପତି ଅନୀଲ ଦଳବେହେରା, ଉପ ସଭାପତି ରଶ୍ମି ରଞ୍ଜନ ସାମଲ ଓ ସମ୍ପାଦକ ସରୋଜ ଜେନା, ଶାନ୍ତନୁ ସ୍ୱାଇଁ ପ୍ରମୁଖ ଖେଳ ପରିଚାଳନରେ l ସହାୟତା କରିଥିଲେ। ମୁଖ୍ୟ ଅତିଥି ଚମ୍ପିୟାନ ଦଳକୁ ଟ୍ରଫି ଓ ତିରିଶ ହଜାର ଟଙ୍କା ଏବଂ ରନର୍ସ ଅପ ଦଳକୁ ଟ୍ରଫି ଓ କୋଡ଼ିଏ ହଜାର ଟଙ୍କା ପ୍ରଦାନ କରିଥିଲେ।