କ୍ରୀଡ଼ା

ହେମସୁରପଡ଼ା କପ୍ ଫୁଟବଲ୍

By Swagatika Samantray

March 15, 2021

ଅନୁଗୁଳ: ପ୍ରିନ୍ସ ଆଣ୍ଡ ପ୍ରିନ୍ସ କ୍ଲବ୍ ପକ୍ଷରୁ ଟାଉନ୍ ହାଇସ୍କୁଲ ପଡ଼ିଆରେ ତାଲିଥିବା ଦଶମ ସର୍ବଭାରତୀୟ ହେମସୁରପଡ଼ା କପ୍ ଫୁଟବଲ ଟୁର୍ଣ୍ଣାମେଂଟ ରବିବାର ଉଦ୍‌ଯାପିତ ହୋଇଛି । ଫାଇନାଲ ମୁକାବିଲାରେ ଢେଙ୍କାନାଳକୁ ହରାଇ କୁଟିଣ୍ଡା ଚମ୍ପିୟାନ ଆଖ୍ୟା ଅର୍ଜନ କରିଛି। ଏହି ସଂଘର୍ଷପୂର୍ଣ୍ଣ ଫାଇନାଲ ମ୍ୟାଚରେ କୁଚିଣ୍ଡା ୨-୧ ଗୋଲରେ ବିଜୟୀ ହୋଇଥିଲା। ସୁରେଶ କୁମାର ଦାସ ମ୍ୟାଚ୍ ପରିଚାଳନା କରିଥିବା ବେଳେ ପ୍ରଶାନ୍ତ ପାଲ୍, ସଲିଳ କୁମାର ବେହେରା, ଦିଲ୍ଲୀପ କୁମାର ରାଉତ ସହଯୋଗ କରିଥିଲେ। ଉଦଯାପନୀ ଉତ୍ସବରେ ବିଜେପିର ରାଜ୍ୟ କର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଚାମ୍ପିଅନ୍ ଓ ରନର୍ସ ଅପ୍ ଦଳକୁ ଟ୍ରଫି ସହ ପୁରସ୍କାର ରାଶି ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଗସ୍ତି ବେହେରା, ନଗର ବିଜେଡି ଉପସଭାପତି ସତ୍ୟାନନ୍ଦ ଦଳବେହେରା, ସ୍ୱେଚ୍ଛାସେବୀ ହୃଷିକେଶ ସାହୁ, ପ୍ରଦୀପ ରାଉତ, ଅନିଲ ରାଉତ, ଉଲ୍ଲାସ ସାହୁ, ମନୋଜ ଅଗ୍ରୱାଲ ପ୍ରମୁଖ ଯୋଗ ଦେଇଥିଲେ । ବଳରାମ ଜେନା ସଭା ପରିଚାଳନା କରିଥିବା ବେଳେ ଶାନ୍ତନୁ କୁମାର ସ୍ବାଇଁ ଧାରା ବିବରଣୀ ପ୍ରଦାନ କରିଥିଲେ । କ୍ଳବ୍ ର ସଂପାଦକ ସରୋଜ କୁମାର ଦସ ବାର୍ଷିକ ବିବରଣୀ ପାଠ କରିଥିଲେ ।       କ୍ଲବ୍ ର ଉପସଭାପତିି  ରଶ୍ମି ରଞ୍ଜନ ସାମଲ ଧନ୍ୟବାଦ ଦେଇଥିଲେ।