ଅନୁଗୁଳ: ଅନୁଗୁଳ ଜିଲ୍ଲାସ୍ଥିତ ହେମସୁରପଡା ପୂଜା କମିଟି ଚଳିତବର୍ଷ ବେଶ ଧୁମଧାମରେ ଦୁର୍ଗା ପୂଜା ପାଳନ କରୁଛି। କମିଟି ପକ୍ଷରୁ ଚଳିତବର୍ଷ ଆକର୍ଷଣୀୟ ଦୁର୍ଗା ମୂର୍ତ୍ତି ସାଙ୍ଗକୁ ତୋରଣ, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ରାବଣପୋଡ଼ି ଆୟୋଜିତ ହେଉଛି।
ରବିବାର ଅଷ୍ଟମୀ ପୂଜାରେ ମୁଖ୍ୟ ଅତିଥି ଭାବେ ଅନୁଗୁଳ ପୌରପାଳିକା ଅଧ୍ୟକ୍ଷ ଅକ୍ଷୟ କୁମାର ସାମନ୍ତ ଯୋଗ ଦେଇ ହେମସୁରପଡ଼ାର ପୂଜା ସମୟରେ ହିନ୍ଦୁ ମୁସଲିମ ଭାଇଚାରା ବିଷୟରେ ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବସୁଧା ଉପଦେଷ୍ଟା ଦିନେଶ ପ୍ରଧାନ ଯୋଗଦେଇ ସମସ୍ତଙ୍କୁ ଶୁଭ କାମନା ଜଣାଇଥିଲେ।
ଗତ ୬୦ ବର୍ଷ ଧରି ଏହି ପୂଜା କମିଟି ଶାନ୍ତି ଶୃଙ୍ଖଳାର ସହ ମଣ୍ଡପରେ ପୂଜା କରି ଆସୁଛନ୍ତି। ଏଠାରେ କଟକ କାରିଗର ମୂର୍ତ୍ତି ନିର୍ମାଣ କରିଛନ୍ତି। ମଣ୍ଡପରେ ପ୍ରତିଦିନ ସନ୍ଧ୍ୟାରେ ପ୍ରସାଦ ବ୍ୟବସ୍ଥା କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ସଭାପତି ଅମରେଶ ସ୍ଵାଇଁ ଓ ସମ୍ପାଦକ ମନୋରଞ୍ଜନ ଦାସ ଓ କମିଟିର ସଦସ୍ୟ ପୂଜା ପରିଚାଳନାରେ ସହଯୋଗ କରୁଛନ୍ତି।