କ୍ରୀଡ଼ା

ହେମସୁରପଡା ଫୁଟବଲ: କୁଚିଣ୍ଡା ୨-୧ ଗୋଲରେ ଜଟଣୀକୁ ହରାଇଲା

By Biswaranjan Pattnaik

December 05, 2022

ଅନୁଗୁଳ: ହେମସୁରପଡା କପ ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ଦିବସରେ ବିଏଫ୍‌ସି କୁଚିଣ୍ଡା ଫ୍ରେଣ୍ଡସ ପାରାଡ଼ାଇଜ ଜଟଣୀକୁ ୨-୧ ଗୋଲରେ ହରାଇ ସେମିଫାଇନାଲକୁ ଉନ୍ନୀତ ହୋଇଛି।

ଦିଲୀପ ରାଉତ ଆଜିର ଖେଳ ପରିଚାଳନା କରିଥିଲେ। ମ୍ୟାଚରେ ଅତିଥି ଭାବେ ଯୋଗ ଦେଇଥିଲେ ଅନୁଗୁଳ ତହସିଲଦାର ବିମଳ ପ୍ରସାଦ ଲେଙ୍କା, ଅନୁଗୁଳ ବାର ସଭାପତି ଦିଲୀପ ସାହୁ, ସୁଭେନ୍ଦୁ ଜେନା, ରଞ୍ଜନ କୁମାର ଜେନା, ଅଜିତ ଧର ଓ ପ୍ରେମାନନ୍ଦ ଦାସ। ଆସନ୍ତାକାଲି କୁଚିଣ୍ଡା ଦଳ ଅନୁଗୁଳର ମା ବୁଢ଼ୀ କ୍ଲବକୁ ଭେଟିବ ।