ମୁଖ୍ୟ ଖବର

ହେମସୁରପଡ଼ା ଦୁର୍ଗାପୂଜା କମିଟି ଗଠିତ: ସଭାପତି ଭାବେ ଅମରେଶ, ସମ୍ପାଦକ ଶାନ୍ତନୁ ଚୟନିତ

By Angul TV Bureau

August 11, 2026

ଅନୁଗୋଳ: ପରମ୍ପରା ଓ ଭାଇଚାରାର ସହର ଅନୁଗୋଳର ହେମସୁରପଡ଼ା ଦୁର୍ଗାପୂଜା ମଣ୍ଡପଠାରେ ଚଳିତ ବର୍ଷ (୨୦୨୬-୨୭) ପାଇଁ କମିଟିର ନୂତନ କର୍ମକର୍ତ୍ତା ଚୟନ କରାଯାଇଛି। ଅସ୍ଥାୟୀ ସଭାପତି ହେମନ୍ତ ଜେନାଙ୍କ ଅଧ୍ୟକ୍ଷତାରେ ବୈଠକ ବସି ଗତ ବର୍ଷର ଆୟବ୍ୟୟ ସମ୍ପର୍କରେ ଆଲୋଚନା କରାଯିବା ସହ ନୂତନ କମିଟିକୁ ଚୂଡ଼ାନ୍ତ ରୂପ ଦିଆଯାଇଛି।

ନୂତନ ଦାୟିତ୍ୱ ଅନୁଯାୟୀ, ଅମରେଶ ଚନ୍ଦ୍ର ସ୍ୱାଇଁ ସଭାପତି, ଶାନ୍ତନୁ ସ୍ୱାଇଁ ସାଧାରଣ ସମ୍ପାଦକ ଏବଂ ପଦ୍ମଲୋଚନ ଦଳବେହେରା କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି। ସେହିପରି ସଞ୍ଜୟ ସାହୁ, ସୁଶାନ୍ତ କୁମାର ଜେନା ଓ ରାମଚନ୍ଦ୍ର ଜେନା ଉପସଭାପତି ଏବଂ ଅଶ୍ୱିନୀ ଦଳବେହେରା, ସୁଜିତ କୁମାର ବେହେରା ଓ ସଞ୍ଜୟ ଦଳବେହେରା ସହସମ୍ପାଦକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ବ୍ରହ୍ମାନନ୍ଦ ସ୍ୱାଇଁ, ବିଶେଶ୍ୱର ସାହୁ, ଶୁଭ୍ରାଂଶୁ ପ୍ରଧାନ, ମୁନୁ ଭୋଇ, ମନୋରଞ୍ଜନ ଦାସ ଓ ବାବାଜୀ ରାଉତଙ୍କୁ ପୂଜା ପରିଚାଳନା ପାଇଁ ଉପଦେଷ୍ଟା ଭାବେ ସାମିଲ କରାଯାଇଛି। ଶାନ୍ତିଶୃଙ୍ଖଳା ରକ୍ଷା ସାଙ୍ଗକୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ରାବଣ ପୋଡ଼ି ଆୟୋଜନ ପାଇଁ ୩୦ ଲକ୍ଷ ଟଙ୍କାର ବଜେଟ୍ ଅଟକଳ ହୋଇଥିବା ନୂତନ ସଭାପତି ସୂଚନା ଦେଇଛନ୍ତି।