ମୁଖ୍ୟ ଖବର

କିନ୍ନରଙ୍କ ପାଇଁ ହେପାଟାଇଟିସ୍ ପରୀକ୍ଷଣ ଶିବିର

By Biswaranjan Pattnaik

August 16, 2025

ଅନୁଗୁଳ: ହୁଲୁରୁସିଂହା ସ୍ଥିତ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଗୁରୁବାର କିନ୍ନର ମାନଙ୍କ ପାଇଁ ହେପାଟାଇଟିସ ବି ଓ ସି ଚିହ୍ନଟ ପାଇଁ ଏକ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା। ଅନୁଗୁଳ ସିଡିଏମଓ ଡ଼ା ମଦନ ମୋହନ ପ୍ରଧାନ ସମାରୋହକୁ ଉଦ୍ଘାଟନ କରିଥିଲେ।

ଏହି ସମାରୋହରେ ଚେତନା ଅନୁଷ୍ଠାନର ପ୍ରତିଷ୍ଠାତା ବାଣୀ ଦେବ,ସ୍ଥାନୀୟ ଜନ ପ୍ରତିନିଧି,ସ୍ଵାସ୍ଥ୍ୟ କର୍ମଚାରୀ ମାନେ ଯୋଗ ଦେଇଥିଲେ। ଏହାଛଡା ଏହି ସ୍ବାସ୍ଥ୍ୟ କେନ୍ଦ୍ରର ଉନ୍ନତି ପାଇଁ କଣ ସବୁ ପଦକ୍ଷେପ ନିଆଯିବ ସେଥିନେଇ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ଜମି ଯଥେଷ୍ଟ ଥିବାରୁ ଏହାକୁ ଏକ ଆଧୁନିକ ଜନ ଆରୋଗ୍ୟ କେନ୍ଦ୍ରରେ ପରିଣତ କରିବାକୁ ସିଡିଏମଓ ସବୁ ପ୍ରକାର ପଦକ୍ଷେପ ନେବେ ବୋଲି ପ୍ରକାଶ କରିଥିଲେ ।