ଅନ୍ୟାନ୍ୟ

Hero Vida VX2କୁ ସ୍କୁଟର ଅଫ ଦି ଇଅର୍ ୨୦୨୫ ସମ୍ମାନ, ପାର୍ବତୀ ମୋଟର୍ସରେ ଟେଷ୍ଟ ରାଇଡ ନେଇ ପାରିବେ ଗ୍ରାହକ

By Angul TV Bureau

December 14, 2025

ଅନୁଗୁଳ: Hero Vida VX2 scooterକୁ ସ୍କୁଟର ଅଫ ଦି ଇଅର୍ ୨୦୨୫ ସମ୍ମାନ। ହିରୋ VIDA scooter ତାର ଡିଜାଇନ୍, ନୂତନତା ଏବଂ ଲୋକାଦୃତି ପାଇଁ ସ୍କୁଟର ଅଫ ଦ ଇଅର୍ ୨୦୨୫ ଆୱାର୍ଡ ପାଇଛି। ଗତ ଏକ ବର୍ଷ ମଧ୍ୟରେ ଏହା ଲୋକପ୍ରିୟ ହେବା ସଙ୍ଗେ ବର୍ତ୍ତମାନ ଭାରତର ସବୁଠାରୁ ଅଧିକ ବିକ୍ରି ହେଉଥିବା ଶ୍ରେଷ୍ଠ ୩ଟି ସ୍କୁଟର ମଧ୍ୟରେ ସ୍ଥାନ ପାଇଛି। ଥରେ ଚାର୍ଜ କଲେ ୧୦୦ କିମି ଯାଇପାରୁଥିବା ଏହି ଗାଡ଼ିରେ ବ୍ୟାଟେରୀ ବାହାର କରି ଚାର୍ଜ କରିବା ବ୍ୟବସ୍ଥା ସଙ୍ଗେ ଫାଷ୍ଟ ଚାର୍ଜିଂର ମଧ୍ଯ ସୁବିଧା ରହିଛି।

ଏ ଅବସରରେ ପାର୍ବତୀ ମୋଟର୍ସଠାରେ ଏକ ଉତ୍ସବ ପାଳିତ ହୋଇଛି। ଉନ୍ନତ ଜ୍ଞାନକୌଶଳରେ ତିଆରି VIDA VX2 ରେ ନିଆଁ ଲାଗିବାର କୌଣସି ଭୟ ନାହିଁ। ଗ୍ରାହକମାନେ ଅନୁଗୁଳର ପାର୍ବତୀ ମୋଟର୍ସରେ ଏହାର ଟେଷ୍ଟ ରାଇଡ ନେଇ ପାରିବେ ବୋଲି ପାର୍ବତୀ ମୋଟର୍ସ ପକ୍ଷରୁ କୁହାଯାଇଛି।