ମୁଖ୍ୟ ଖବର

ତାଳଚେର ଅବକାରୀ ବିଭାଗକୁ ସଫଳତା: ସାଢ଼େ ୪ ଲକ୍ଷର ହେରୋଇନ୍ ଜବତ, ଜଣେ ଗିରଫ

By Angul TV Bureau

July 11, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର କୋଲିୟରୀ ଥାନା ଅନ୍ତର୍ଗତ ଡେରା ନିକଟରେ ତାଳଚେର ଅବକାରୀ ବିଭାଗ ଓ କୋଲିୟରୀ ଥାନା ଅଧିକାରୀ ଡେରା ଜିଏମ କଲୋନୀରେ ଚଢ଼ଉ କରି ୪୬ଗ୍ରାମ ହେରୋଇନ୍ ଜବତ କରିଛନ୍ତି।

ସୂଚନା ମୁତାବକ, ଅବକାରୀ ଟିମ୍ ଚଢ଼ଉ କରି ପୁପୁଲ ସାହୁ (୨୫) ଠାରୁ ୪୬ଗ୍ରାମ ହେରୋଇନ୍ ସହ ଏକ ବାଜାଜ ମଟର ସାଇକେଲ (ଓଡି ୩୫ଜେ-୦୦୩୧) ଓ ଏକ ମୋବାଇଲ୍ ଫୋନ୍ ଜବତ କରିଛି। ଜବତ ହେରୋଇନ୍‌ର ଆନୁମାନିକ ମୂଲ୍ୟ ୪ଲକ୍ଷ ୬୦ହଜାର ଟଙ୍କା ହେବ। ପୁପୁଲକୁ ଗିରଫ କରି ଅବକାରୀ ଟିମ୍ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।