ଅନ୍ୟାନ୍ୟ

କୃଷି ବୀମାକୁ ନେଇ ଉତ୍ତେଜନା

By Angul TV Bureau

September 10, 2021

ଅନୁଗୁଳ: କୃଷି ବୀମାକୁ ନେଇ ପୋକତୁଙ୍ଗା ସମବାୟ ସମିତି ବ୍ୟାଙ୍କରେ ଉତ୍ତେଜନା ପ୍ରକାଶ ପାଇଛି। ସମିତି ଅଧୀନରେ ୬ଶହରୁ ଅଧିକ ଜଣ ଚାଷୀଙ୍କୁ ୨୦୨୧-୨୨ ବର୍ଷ ଖରିଫ ଚାଷ ପାଇଁ ଋଣ ଦିଆ ଯାଇଥିଲେ ମଧ୍ୟ ସେମାନଙ୍କର କୃଷି ବୀମା କରାଯାଇ ନାହିଁ। ଫଳରେ ଏଥର ମରୁଡ଼ି ହେଲେ ଚାଷୀ ବୀମା ଟଙ୍କା ପାଇବାରୁ ବଞ୍ଚିତ ହେବେ । ଏହା ଜଣାପଡ଼ିବା ପରେ ସମିତି ଅଧୀନରେ ଥିବା ଚାଷୀଙ୍କ ମଧ୍ୟରେ ଉତ୍ତେଜନା ଦେଖା ଯାଇଛି। ଚାଷୀମାନେ ଏଥିନେଇ ଅଭିଯୋଗ କରିବା ପରେ ଗୁରୁବାର ଏଆରସିଏସ ତ୍ରିଲୋଚନ ଦେହୁରୀ ଓ ଏସଆରସିଏସ ପ୍ରଶାନ୍ତ କୁମାର ରାଉତ ପୋକତୁଙ୍ଗା ସେବା ସମବାୟ ସମିତିରେ ପହଞ୍ଚି ଚାଷୀଙ୍କ ସହ ଆଲୋଚନା କରିଥିଲେ। କୃଷି ବୀମା ନେଇ କୌଣସି ଅବହେଳା ହୋଇଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚାଷୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଅପରପକ୍ଷରେ ଚାଷୀଙ୍କୁ ବୀମା ସୁବିଧା ସେବା ସହ ଦୋଷୀ କର୍ମଚାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଚାଷୀମାନେ ଆମରଣ ଅନଶନ କରିବେ ବୋଲି ଚେତାବନୀ ଦେଇଛନ୍ତି।