ମୁଖ୍ୟ ଖବର

ହାଇକୋର୍ଟ ସ୍ୱାସ୍ଥ୍ୟ କମିଟିର ଅନୁଗୁଳ ଗସ୍ତ

By Biswaranjan Pattnaik

August 20, 2022

ଅନୁଗୁଳ: ଲକ୍ଷ ଲକ୍ଷ ଟଙ୍କାର ମେଡିସିନ ଘୋଟାଲା, ବେଆଇନ ନର୍ସ ଓ ଲ୍ୟାବ ଟେକ୍ନିସିଆନ ନିଯୁକ୍ତି, ରୋଗୀ କୋଠାରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ, ସୁରକ୍ଷାକର୍ମୀ ନିଯୁକ୍ତିରେ ଲାଞ୍ଚ ତଥା ଅନ୍ୟାନ୍ୟ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ନେଇ ବହୁ ବଦନାମ ମୁଣ୍ଡାଇ ଥିବା ଅନୁଗୁଳ ମୁଖ୍ୟ ଚିକିତ୍ସାଳୟକୁ ହାଇକୋର୍ଟ ସ୍ୱାସ୍ଥ୍ୟ କମିଟିର ଏକ ପ୍ରତିନିଧି ଦଳ ଶନିବାର ଅପରାହ୍ନରେ ଆସିଥିଲେ।

ପ୍ରତିନିଧି ଦଳ ଡାକ୍ତରଖାନାର ଔଷଧ ଗୋଦାମ, ମାତୃ ଶିଶୁ ସୁରକ୍ଷା କେନ୍ଦ୍ର, ଆଇପିଡ଼ି, ଓପିଡ଼ି ଆଦି ବୁଲି ଦେଖିବା ସହ ସ୍ୱାସ୍ଥ୍ୟ ସେବାକୁ ଲୋକ ଦେଖାଣିଆ ନକରି ଆନ୍ତରିକତାର ସହ ସମ୍ପାଦନ କରିବାକୁ ପରାମର୍ଶ ଦେଇଥିଲେ। ଅନୁଗୁଳ ଡାକ୍ତରଖାନାର ଏଡିଏମଓ ମେଡିକାଲ ଡା ମାନସ ରଞ୍ଜନ ବିଶ୍ୱାଳ ଏବଂ ଅନ୍ୟାନ୍ୟ ଅଧିକାରୀମାନେ ଗସ୍ତ ସମୟରେ ଉପସ୍ଥିତ ଥିଲେ।