ଅନ୍ୟାନ୍ୟ

ହାଇସ୍କୁଲ ସ୍ତରୀୟ କୁଇଜ୍ ପ୍ରତିଯୋଗିତା ଆୟୋଜିତ

By Biswaranjan Pattnaik

September 01, 2023

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ହାଇସ୍କୁଲ ସ୍ତରୀୟ କୁଇଜ୍ ପ୍ରତିଯୋଗିତା ଆୟୋଜିତ ହୋଇଥିଲା।ଅନୁଗୁଳ ସହର ଓ ଆଖପାଖ ସ୍କୁଲ ଗୁଡ଼ିକ ଏଥିରେ ଅଂଶ ଗ୍ରହଣ କରିଥିଲେ। ଏଡ଼ସ ଏବଂ ସ୍ବାସ୍ଥ୍ୟ ଭିତ୍ତିକ ଏହି କୁଇଜ୍ କାର୍ଯ୍ୟକ୍ରମରେ ପିଟିସି ହାଇସ୍କୁଲ ପ୍ରଥମ,ସରକାରୀ ଉଚ୍ଚ ବାଳିକା.ବିଦ୍ୟାଳୟ ଦ୍ୱିତୀୟ ଓ ପଞ୍ଚାୟତ ହାଇସ୍କୁଲ ତୃତୀୟ ସ୍ଥାନ ଅଧିକାର କରିଥିଲା। ଏଡ଼ସ ନୋଡାଲ ଅଫିସର ବିଶ୍ଵ ବିହାରୀ ମହାନ୍ତି,ଏଆରଟି ଅଧିକାରୀ ଡ଼ା ଶାଶ୍ଵତ ସାଗର ମିଶ୍ର, ଡ଼ାପ୍ସୁ ସଂଯୋଜିକା ଡ଼ା ପ୍ରମିଳା ହୋତା ପ୍ରମୁଖ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ।