ମୁଖ୍ୟ ଖବର

ହାଇସ୍କୁଲ ମ୍ୟାଟ୍ରିକ ପରୀକ୍ଷାଫଳ ପ୍ରକାଶିତ: ଜିଲ୍ଲାରେ ୭୯ ଜଣଙ୍କୁ ଏ’ ୱାନ ଗ୍ରେଡ

By Biswaranjan Pattnaik

May 02, 2026

ଅନୁଗୁଳ: ଆଜି ଅପରାହ୍ନରେ ରାଜ୍ୟ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେଶନ ପକ୍ଷରୁ ମ୍ୟାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି ଚଳିତ ବର୍ଷ ଅନୁଗୁଳ ଜିଲ୍ଲାର ଫଳାଫଳ ବେଶ ଉତ୍ସାହ ଜନକ ରହିଛି।

ଚଳିତ ବର୍ଷ ଜିଲ୍ଲାର ୨୬୩ ଟି ସ୍କୁଲର ୧୬୭୯୯ ପିଲା ପରୀକ୍ଷା ଦେଇଥିଲେ, ସେଥିରୁ ୧୬୦୫୨ଜଣ ଛାତ୍ର ଛାତ୍ରୀ ପାସ୍ କରିଛନ୍ତି। ଏ’ ୱାନରେ ୭୯ , ଏ’ ଟୁରେ ୫୨୮ଜଣ, ବି’ ୱାନରେ ୧୪୯୦,ବି’ ଟୁରେ ୨୮୩୯, ସି’ରେ ୩୬୬୦, ଡି’ରେ ୪୧୮୧, ଇ’ଗ୍ରେଡରେ ୩୨୬୫ ଏବଂ ୭୪୭ ଜଣ ଏଫ୍ ଗ୍ରେଡ ବା ଫେଲ ହୋଇଛନ୍ତି। ଜିଲ୍ଲାରେ ପୁଅଙ୍କ ଅପେକ୍ଷା ଝିଅ ମାନେ ଅଧିକ ସଫଳତା ପାଇଛନ୍ତି। ଜିଲ୍ଲାର ୫୮ ଟି ସ୍କୁଲରେ ୧୦୦ ପ୍ରତିଶତ ପିଲା ପାସ୍ କରିଛନ୍ତି।

ସେହିଭଳି ଅନୁଗୁଳ ଏସବିଏମର ୧୦ ଜଣ ପିଲା ଏ’ ୱାନ ପାଇଥିବା ବେଳେ ଅନୁଗୁଳ ହାଇସ୍କୁଲର ୮ ଜଣ, ନାଲକୋ ଏସବିଏମ ର ୭ ଜଣ, ବଅଁରପାଳ ହାଇସ୍କୁଲର ୫ ଜଣ, ବାଗେଡିଆ ହାଇସ୍କୁଲର ୪ ଜଣଙ୍କୁ ଏ’ ୱାନ ମିଳିଛି। ସେହିଭଳି ଦୁର୍ଗମ ଓଡ଼ଶ ବାଳିକା ଉଚ୍ଚ ବିଦ୍ୟାଳୟର ୪ ଜଣଙ୍କୁ ଏ’ ୱାନ ମିଳିଛି।