ମୁଖ୍ୟ ଖବର

ହାଇୱେ ହିପ୍ନୋସିସ !! ଟ୍ରକ୍ ପଛରୁ ଧକ୍କା ଦେଲା ନାଇଟ କୋଚ ବସ୍

By Biswaranjan Pattnaik

April 16, 2024

ଅନୁଗୋଳ: ଅନୁଗୋଳ ଜିଲ୍ଲା ଜରପଡା ଠାରେ ଆଜି ବଡି ଭୋର ସମୟରେ ଏକ ଟ୍ରକ ପଛରେ ଏକ ଘରୋଇ ନାଇଟ କୋଚ ବସ ଧକ୍କା ଦେବା ଫଳରେ ବସ୍ ଚାଳକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନା ମୁତାବକ ‘ଡଲଫିନ’ ନାମକ ଏକ ଘରୋଇ ବସ ରାଇପୁର କୋରବା ରୁ ପୁରୀ ଅଭିମୁଖେ ଯାଉଥିବା ବେଳେ ଅନୁଗୋଳ ଜରପଡା ଠାରେ ଏକ ବାଲି ବୋଝେଇ ଟ୍ରକ୍ ପଛରେ ଧକ୍କା ଦେଇଥିଲା ଫଳରେ ଟ୍ରକ୍ ଟି ରାସ୍ତାରେ ଓଲଟି ପଡ଼ିଥିବା ବେଳେ ଘଟଣାସ୍ଥଳରେ ବସ୍ ଡ୍ରାଇଭର ତାରାପ୍ରସାଦ ଦାସଙ୍କର ମୃତ୍ୟୁ ଘଟିଥିଲା। ବସ୍ କଣ୍ଡକ୍ଟର ସୌମ୍ୟ ସ୍ୱରୂପ ନାଥ, ବସରେ ବସିଥିବା ଯାତ୍ରୀ ସତ୍ୟ ଯାଜପୁର ର ରଞ୍ଜନ ନାୟକ , ଦିଲ୍ଲୀର ବରୁଣ ସିଂ, ଯାଜପୁର କଲଣ ଗ୍ରାମର ପ୍ରକାଶ ଚନ୍ଦ୍ର ଖୁଣ୍ଟିଆ, କଟକ ରୁ ରୁଦ୍ର ନାରାୟଣ ଆଚାର୍ଯ୍ୟ, ତାଙ୍କ ଝିଅ ସ୍ଥିତିପ୍ରତି ଆଚାର୍ଯ୍ୟ, ଢେଙ୍କାନାଳ ଜିଲ୍ଲା ମହାଦିଆ ଗ୍ରାମର ଅବନୀ ରାଉତ, କଟକ ରୁ ଧରିତ୍ରୀ ସ୍ଵାଇଁ। ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସିତ କରାଯାଉଛି। ହାଇୱେ ହିପ୍ନୋସିସ୍ ଯୋଗୁଁ ଏଇ ଦୁର୍ଘଟଣା ଘଟି ଥାଇ ପାରେ ବୋଲି ସନ୍ଦେହ କରାଯାଉଛି। ଜରପଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।