ଅନ୍ୟାନ୍ୟ

ମଙ୍ଗଳବାର ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳନ ପାଇଁ ପ୍ରସ୍ତୁତି ଜୋରଦାର, ଅନୁଗୁଳ ସହରରେ ବିରାଟ ବାଇକ ଶୋଭାଯାତ୍ରା

By Angul TV Bureau

April 07, 2024

ଅନୁଗୁଳ: ଅନୁଗୁଳ ରାଷ୍ଟ୍ରୀୟ ନବବର୍ଷ ପାଳନ ସମିତି ପକ୍ଷରୁ ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ସାମ୍ନାରେ ରାଷ୍ଟ୍ରୀୟ ନବବର୍ଷ ପାଳନ ନିମନ୍ତେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।ରାଷ୍ଟ୍ରୀୟ ଧର୍ମ, ଦେବତା ଓ ଦିବସ ପ୍ରତି ସମ୍ମାନ ବିନା ରାଷ୍ଟ୍ର ପୂର୍ଣ୍ଣ ବିକଶିତ ହୋଇପାରିବ ନାହିଁ ରାଷ୍ଟ୍ରୀୟ ହିନ୍ଦୁ ସନାତନ ନବ ବର୍ଷ ତଥା ବ୍ରହ୍ମାଙ୍କ ସୃଷ୍ଟିର ସରଞ୍ଚନା ଦିବସକୁ ସର୍ବତ୍ର ପାଳନ କରିବାକୁ ପୁରୀ ଗୋବର୍ଦ୍ଧନ ପୀଠାଧୀଶ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ମହାଭାଗ ଆହ୍ବାନ କରିଛନ୍ତି। ପୁରୀ ପୀଠ ପରିଷଦ ଅନ୍ତର୍ଗତ ଆଦିତ୍ୟ ବାହିନୀ ଓ ଆନନ୍ଦ ବାହିନୀ ଆନୁକୂଲ୍ୟରେ ଅନୁଗୁଳଠାରେ ରାଷ୍ଟ୍ରୀୟ ନବ ବର୍ଷ ପାଳନ ଆୟୋଜନ ନିମନ୍ତେ ଜଗନ୍ନାଥ ମନ୍ଦିର ସଦଭାବନା ଗୃହ ଠାରେ ଅନୁଷ୍ଠିତ ହୋଇଛି।

ପ୍ରତ୍ୟେକ ବର୍ଷ ଚୈତ୍ରମାସ ଶୁକ୍ଳପକ୍ଷ ପ୍ରତିପଦା ତିଥିକୁ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ଭାବେ ପାଳନ କରାଯାଉଛି। ଚଳିତ ମାସ ଏପ୍ରିଲ ୯ ତାରିଖ ମଙ୍ଗଳବାର ରାଷ୍ଟ୍ରୀୟ ନବବର୍ଷ ପାଳନ କରାଯିବା ଅବସରରେ ବ୍ୟାପକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ରବିବାର ପୂର୍ବାହ୍ନରେ ଏକ ମୋଟରସାଇକେଲ୍ ଶୋଭାଯାତ୍ରା ସହର ପରିକ୍ରମା କରି ରାଷ୍ଟ୍ରୀୟ ନବବର୍ଷ ପାଳନ ନିମନ୍ତେ ସଚେତନ କରାଯାଇଥିଲା। ଏଥିସହ ବିଦ୍ୟାଳୟ ସ୍ତରରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତି ପ୍ରତିଯୋଗୀଙ୍କୁ ମଙ୍ଗଳବାର ପୁରସ୍କୃତ କରାଯିବ। ରାଷ୍ଟ୍ରୀୟ ନବବର୍ଷ ପାଳନ ଦିନ ଭୋର୍ ସମୟରେ ଶୈଳଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରେ ପରିସରରେ ସୂର୍ଯ୍ୟପୂଜା, ଦୀପଦାନ, ସୁନ୍ଦରାକାଣ୍ଡ ପାଠ ଓ ସଂକୀର୍ତନ ମାଧ୍ୟମରେ ରାଷ୍ଟ୍ରୀୟ ନବବର୍ଷକୁ ସ୍ବାଗତ କରାଯିବ।

ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ହେମନ୍ତ ଦାଶ, ପୀଠ ପରିଷଦ ରାଜ୍ଯ ଉପାଧ୍ୟକ୍ଷ ପଣ୍ଡିତ ରୋହିତ ଦାଶ, ଆଦିତ୍ୟ ବାହିନୀ ଅନୁଗୁଳ ସଭାପତି ଲଳିତ ମୋହନ ଦାଶ, ବାସୁଦେବ ହୋତା, କିଶୋର ଚନ୍ଦ୍ର ସାହୁ, ପର୍ଶୁରାମ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।