ଅନ୍ୟାନ୍ୟ

ପଞ୍ଚୁକରେ ସ୍ୱଚ୍ଛତା ଅଭିଯାନ, ସଫା ହେଲା ମସ୍ତରାମ ମଠର ଐତିହାସିକ ବାମ୍ଫି

By Angul TV Bureau

November 22, 2026

କଟକ: ପବିତ୍ର ପଞ୍ଚୁକ ଅବସରରେ କଟକ ମାନସିଂହ ପାଟଣାସ୍ଥିତ ୧୬ଶ ଶତାବ୍ଦୀର ପ୍ରାଚୀନ ଲକ୍ଷ୍ମୀନାରାୟଣ ମନ୍ଦିର (ମସ୍ତରାମ ମଠ) ପରିସରରେ ଥିବା ଐତିହାସିକ ବାମ୍ଫିର ସଫେଇ କରାଯାଇଛି।ମନ୍ଦିର ପରିଚାଳନା କମିଟି, ସ୍ଥାନୀୟ ଯୁବକ ଓ ‘କଟକ ହେରିଟେଜ ୱାକ୍ସ’ର ମିଳିତ ଉଦ୍ୟମରେ ଆୟୋଜିତ ଏହି ଅଭିଯାନରେ କଟକ ମହାନଗର ନିଗମର ସଫେଇ କର୍ମଚାରୀମାନେ ସହଯୋଗ କରିଥିଲେ।

ବାମ୍ଫିର ନିୟମିତ ସଫେଇ, ରକ୍ଷଣାବେକ୍ଷଣ ଓ ସୁରକ୍ଷା ପାଇଁ ମହାନଗର ନିଗମ ନିକଟରେ ଦାବିପତ୍ର ଦେବାକୁ ନିଷ୍ପତ୍ତି ହୋଇଛି। ଏଥିରେ ପ୍ରକାଶ ଚନ୍ଦ୍ର ସାହୁ, ଦିଲ୍ଲୀପ କୁମାର ବେହେରା, ନିରଞ୍ଜନ ଜେଠୀ, ତ୍ରିନାଥ ପରିଡ଼ା, ଜୀବାନନ୍ଦ ମିଶ୍ର, ଜୟନ୍ତ ସିଂହ, ଅରୁଣିତା ପାଢ଼ୀ ଓ ଶ୍ରୀକାନ୍ତ ସିଂହଙ୍କ ସମେତ ଅନ୍ୟମାନେ ସାମିଲ ହୋଇଥିଲେ।