ମୁଖ୍ୟ ଖବର

ରାଜ୍ୟରେ ଆଜିଠୁ ବଢିବ ତାତି: ୪ ଦିନ ପାଇଁ ହିଟୱେଭ୍ ନେଇ ଆଲର୍ଟ

By Swagatika Samantray

March 13, 2025

ଭୁବନେଶ୍ୱର: ଆଜିଠୁ ବଢିବ ତାତି, ଜଳିବ ସାରା ରାଜ୍ୟ। ଉପକୂଳରୁ ଉପାନ୍ତ, ସବୁଠି ତାତି ଦେଖାଇବ ତାଉ। ପଶ୍ଚିମ ଓଡ଼ିଶାରେ ହିଟୱେଭ୍ ନେଇ ଆଲର୍ଟ ଜାରି ହୋଇଛି। ୪ ଦିନ ଅର୍ଥାତ୍ ୧୩, ୧୪, ୧୫ ଓ ୧୬ ତାରିଖରେ ପ୍ରବଳ ଖରା ନେଇ ୟେଲୋ ଓ ଅରେଞ୍ଜ ଆଲର୍ଟ ଜାରି କଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

ଆଜି ପାଇଁ ବଲାଙ୍ଗୀର, ବୌଦ୍ଧ, ସମ୍ବଲପୁର ଓ ଝାରସୁଗୁଡ଼ା ବ୍ୟତୀତ ଆଭ୍ୟନ୍ତରୀଣ ଓଡ଼ିଶାର ୪ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୧୪ରେ ପ୍ରବଳ ଖରା ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବୌଦ୍ଧ, ବଲାଙ୍ଗୀର ଓ ଅନୁଗୁଳକୁ ୟେଲୋ ୱାର୍ଣ୍ଣିଂ ୧୫ରେ ସୁନ୍ଦରଗଡ଼, ସୋନପୁର, ଅନୁଗୁଳ, ବରଗଡ଼ ଓ ମଯୂରଭଞ୍ଜକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ୧୬ରେ ବଲାଙ୍ଗୀର, ବୌଦ୍ଧ, ସୋନପୁର, ବରଗଡ଼, ସୁନ୍ଦରଗଡ଼ ଓ ମଯୂରଭଞ୍ଜ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତା ୪ରୁ ୫ ଦିନ ଭିତରେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୩ରୁ ୪ ଡିଗ୍ରୀ ଯାଏଁ ବଢ଼ିବା ନେଇ ପୂର୍ବାନୁମାନ କରାଯାଉଛି।