ମୁଖ୍ୟ ଖବର

ଅଧା ରହିଗଲା ତାରିଣୀ ଦର୍ଶନ! ଟ୍ରକକୁ ଧକ୍କା ଦେଲା ଯାତ୍ରୀବାହୀ ବୋଲେରୋ, ପୂରା ପରିବାର ଗୁରୁତର

By Angul TV Bureau

July 09, 2024

ଅନୁଗୁଳ: ଅଧା ରହିଗଲା ତାରିଣୀ ଦର୍ଶନ। ମଝି ରାସ୍ତାରେ ଟ୍ରକକୁ ଧକ୍କା ଦେଲା ବୋଲେରୋ। ସମସ୍ତ ଯାତ୍ରୀ ଗୁରୁତର।

ସୂଚନା ମୁତାବକ, ସୋମବାର ରାତିରେ ଅନୁଗୁଳ ଜିଲ୍ଲା ଛେଳିଆପଡା ଗାଁର ଗୋଟିଏ ପରିବାର ତାରିଣୀ ଦର୍ଶନ କରିବା ପାଇଁ ବୋଲେରୋରେ କେନ୍ଦୁଝର ଜିଲ୍ଲା ଘଟଗାଁ ଯାଉଥିଲେ। ପାଳଲହଡ଼ା ଥାନା ପୁରୁଣା ପାଣି ଛକ ନିକଟରେ ଡ୍ରାଇଭରର ଆଖି ଲାଗିଯିବାରୁ ରାସ୍ତା କଡ଼ରେ ଠିଆ ହୋଇ ଥିବା ଗୋଟିଏ ଆଇରନ ଟ୍ରକ୍ ସାମ୍ନାକୁ ଧକ୍କା ଦେଇଥିଲା। ଫଳରେ ସମସ୍ତେ ଯାତ୍ରୀ ଗୁରୁତର ହୋଇଛନ୍ତି। ରାତି ଦୁଇଟାରେ ଦୁର୍ଘଟଣା ଘଟିଥିବାରୁ କିଛି ଲୋକ ବୋଲେରୋ ଭିତରେ ଫସି ରହିଥିଲେ। କିନ୍ତୁ ସ୍ଥାନୀୟ ଯୁବ ଜ୍ୟୋତି କ୍ଲବର ପିଲାମାନେ ସେମାନଙ୍କୁ ଉଦ୍ଧାର କରିଥିଲେ। ସମସ୍ତେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାଯାଇଛି। ପାଳଲହଡ଼ା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।