ଅନ୍ୟାନ୍ୟ

ଲିଙ୍ଗରାଯୋଡ଼ିରେ ଦୋଳଯାତ୍ରା ନେଇ ପ୍ରସ୍ତୁତି ବୈଠକ

By Angul TV Bureau

February 23, 2023

ଅନୁଗୁଳ: ଆଜି ଲିଙ୍ଗରାଯୋଡି ଆମ୍ୱ ତୋଟାରେ ଆଗାମୀ ଦୋଳ ଯାତ୍ରା ଓ ହୋଲି ପର୍ବ ପାଳନ ନେଇ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଥିଲା। ବିଜେପି ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ଯୋଗ ଦେଇଥିବା ଯୁବ ନେତା ସୌମ୍ୟ ରଞ୍ଜନ ସାହୁଙ୍କ ନେତୃତ୍ୱରେ ଏହି ବୈଠକ ଆୟୋଜିତ ହୋଇଥିଲା। ଗାଁ ରେଦୋଳ ପର୍ବକୁ କିଭଳି ଶାନ୍ତି ଶୃଙ୍ଖଳାର ସହ ପାଳନ କରାଯିବ,ଲୋକଙ୍କ ମଧ୍ୟରେ କିଭଳି ମୈତ୍ରୀ ଓ ଭାଇଚାରା ବଢିବ ଏବଂ ଗାଁର ମୌଳିକ ସମସ୍ୟାର କିଭଳି ସମାଧାନ ହେବ ସେଥିନେଇ ଆଲୋଚନା କରାଯାଇଥିଲା।ସଭାରେ ଅନ୍ୟମାନଙ୍କ ମଧ୍ୟରେ ଲିଟୁ ବେହେରା,ସନ୍ତୋଷ ସେଠୀ,ମୁନା ବେହେରା ଓ ଅନ୍ୟ ବହୁ ଯୁବସାଥି ଯୋଗା ଦେଇଥିଲେ।