ମୁଖ୍ୟ ଖବର

ଅନୁଗୁଳରେ ହୋଲି: ଦୁର୍ଘଟଣାରେ ୫୦ରୁ ଅଧିକ ଆହତ

By Biswaranjan Pattnaik

March 08, 2023

ଅନୁଗୁଳ: ଅନୁଗୁଳ ସହର ମଧ୍ୟରେ ରଙ୍ଗର ପର୍ବ ହୋଲି ଆପାତତଃ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଥିଲେ ମଧ୍ୟ ବିଭିନ୍ନ ରାସ୍ତାରେ ସଡକ ଦୁର୍ଘଟଣା ଘଟି ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ସହରବାସୀ ବିଶେଷ କରି ଘର ଭିତରେ ଅତି ବେଶୀରେ ସାହି ଭିତରେ ରହି ଖେଳିବାକୁ ପସନ୍ଦ କରିଥିବାବେଳେ କେବଳ ପିଲାମାନେ ଦଳ ଦଳ ହୋଇ ରଙ୍ଗ ପିଚକାରୀ ଧରି ଖେଳୁଥିବା ଦେଖିବାକୁ ମିଳିଥିଲା। ଅନ୍ୟ ପକ୍ଷରେ ବଅଁରପାଳ,ପରଜଙ୍ଗ,ଜିନ୍ଦଲ ରୋଡ,ବଇଣ୍ଡା,ମହିଧରପୂର୍ ଓ ଅନ୍ୟାନ୍ୟ ଅଞ୍ଚଳରେ ଦୁର୍ଘଟଣା ଘଟି ବହୁ ଲୋକ ଆହତ ହୋଇଛନ୍ତି।

ହୋଲି ଅବସରରେ ଆମିଷ ଦୋକାନ ଗୁଡ଼ିକରେ ବହୁତ୍ ଭିଡ଼ ଦେଖିବାକୁ ମିଳିଥିଲା ସହରରେ ପ୍ରାୟ ୩୫ଲକ୍ଷ ଟଙ୍କାର ମଟନ, ୨୦ଲକ୍ଷ ଟଙ୍କାର ଚିକେନ ବିକ୍ରି ହୋଇଥିବା ଜଣାପଡିଛି। ସେହିଭଳି ସହରର ମିଠା ଦୋକାନୀମାନେ ପ୍ରାୟ ୨୦ଲକ୍ଷ ଟଙ୍କାର ମିଠା କାରବାର କରିଥିବା ଜଣା ପଡିଛି ।