ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ପୁଲିସ କୋଇଲା ଚୋରା ଚାଲାଣ ଅଭିଯୋଗରେ ଗୁରୁବାର ଜଣେ ହୋମ ଗାର୍ଡଙ୍କୁ ଗିରଫକରିଛି। ସୂଚନା ଅନଯାୟୀ, ଗତ ଏପ୍ରିଲ ୮ ତାରିଖରେ ଛେଣ୍ଡିପଦା ଅଞ୍ଚଳରୁ ଏକ ଟ୍ରକ୍ ରେ ପ୍ରାୟ ୮ଟନ୍ ଊର୍ଦ୍ଧ୍ବ ଚୋରା କୋଇଲା ନେଇ ଯାଉଥିବା ବେଳେ ପୁଲିସ ହାତରେ ଧରାପଡ଼ିଥିଲା। ତେବେ ଚାଳକ ସେଠାରୁ ଫେରାର ହୋଇଯାଇଥିଲା। ଏ ନେଇ ଥାନାରେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉଥିଲା। ତେବେ ଟ୍ରକ୍ ମାଲିକଙ୍କ ଠିକଣା ଯୋଗଡ଼କରି ଜଣା ପଡ଼ିଲା. ଯେ, କଟକ ଜିଲ୍ଲା ନରସିଂହପୁର ଥାନାରେ ହୋମ ଗାର୍ଡ ଭାବେ କାର୍ଯ୍ୟ କରୁଥିବା ପ୍ରମୋଦ କୁମାର ସାହୁ(୩୭) ଏହି କୋଇଲା ଚୋରା ଚାଲାଣରେ ସମ୍ପୃକ୍ତ ଅଛନ୍ତି। ପୁଲିସ ତାଙ୍କୁ ଗୁରୁବାର ଗିରଫକରି କୋର୍ଟ ଚାଲାଣ କରିଛି।