ଅନ୍ୟାନ୍ୟ

ହୋଣ୍ଡାର ନୂତନ ଶୋରୁମ୍ ଉଦ୍‌ଘାଟିତ

By Angul TV Bureau

August 30, 2022

ଅନୁଗୁଳ: ଆଠମଲ୍ଲିକଠାରେ ସୋମବାର ହୋଣ୍ଡା ମଟରସାଇକେଲ ଆଣ୍ଡ୍ ସ୍କୁଟର୍ ଇଣ୍ଡିଆର ନୂତନ ଶୋରୁମ ‘ମମତା ମୋଟର୍ସ’ ଉଦ୍‌ଘାଟିତ ହୋଇଯାଇଛି । ଯେଉଁଥରେ ହୋଣ୍ଡାର ସମସ୍ତ ପ୍ରକାରର ମଟର ସାଇକେଲ ଏବଂ ସ୍କୁଟର ଉପଲବ୍ଧ ରହିବ। ନୂତନ ଗାଡ଼ି ବିକ୍ରି ସହ ଉତ୍ତମ ସେବା ଓ ସମସ୍ତ ପ୍ରକାର ସେୟାର ପାର୍ଟସ ମଧ୍ୟ ଯୋଗାଇ ଦିଆଯିବ।

ଏହି ଅବସରରେ ହୋଣ୍ଡାର ଜୋନାଲ ମ୍ୟାନେଜର (ସେଲ୍ସ) ରାଜେଶ ଚୌଧୁରୀ, ଏରିଆ ମ୍ୟାନେଜର (ସେଲ୍ସ) ଅମିତ୍ କୁମାର ମହାପାତ୍ର ଓ ଅଭିଷେକ ଉପାଧ୍ୟାୟ, ଲକ୍ଷ୍ମୀହୋଣ୍ଡା ଅନୁଗୁଳର ସ୍ଵତ୍ତ୍ଵାଧୂକାରୀ ବିକ୍ରମ ଅଗ୍ରଓ୍ବାଲ ଅତିଥି ଭାବେ ଯୋଗ ଦେଇ ନୂଆ ସୋ’ରୁମ୍‌ର ଉଦ୍‌ଘାଟନ କରିଥିଲେ । ସ୍ଥାନୀୟ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।