ଘଟଣା ଓ ଦୁର୍ଘଟଣା

ସର୍ଟ ସର୍କିଟରୁ ଭୟାବହ ଅଗ୍ନିକାଣ୍ଡ, ୩ ପରିବାରର ଘର ପୋଡ଼ି ପାଉଁଶ

By Angul TV Bureau

July 11, 2023

ଆଠମଲ୍ଲିକ: ଆଠମଲ୍ଲିକ ବ୍ଲକ ପାଇକସାହି ପଞ୍ଚାୟତର ନୂଆ କୋଡା ସାହିରେ ମଙ୍ଗଳବାର ପୂର୍ବାହ୍ନରେ ସର୍ଟ ସର୍କିଟ ଯୋଗୁ ୩ ବଖରା ଚାଳ ଘର ସମ୍ପୂର୍ଣ୍ଣ ଭାବେ ପାଉଁଶ ହୋଇ ଯାଇଛି।

ଖବର ପାଇ ବାମୁର ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ ଲିଭାଇ ଥିଲା। କିନ୍ତୁ ସେତେବେଳକୁ ଘରେ ଥିବା ଧାନ, ଚାଉଳ, ଲୁଗା ପଟା, ଆସବାବ ପତ୍ର ପୋଡି ପାଉଁଶ ହୋଇଯାଇଥିଲା। ଏହି ଅଗ୍ନିକାଣ୍ଡରେ ସୁକାନ୍ତ ବେହେରା, ସୁମନ୍ତ ବେହେରା ଓ ଦେବକୀ ବେହେରାଙ୍କ ଘର ଜଳିଯାଇଛି। ଖବର ପାଇ ପାଇକସାହି ରାଜସ୍ବ ନିରୀକ୍ଷକ ସୌମ୍ୟ ପ୍ରକାଶ କୁନର

ଘଟଣାସ୍ଥଳରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରିଥିଲେ। ସ୍ଥାନୀୟ ସରପଞ୍ଚ ନିରଜକାନ୍ତ ସାହୁ ଅଗ୍ନି ବିପନ୍ନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେଇଥିବା ବେଳେ ବ୍ଲକ ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ନିବେଦନ କରିଛନ୍ତି।