ଘଟଣା ଓ ଦୁର୍ଘଟଣା

ପକେଟ୍‌ମାର ଅଭିଯୋଗରେ ହସ୍ପିଟାଲ କର୍ମଚାରୀ ବହିଷ୍କୃତ

By Biswaranjan Pattnaik

February 10, 2022

ଅନୁଗୁଳ: ଫେବୃୟାରୀ ୭ ତାରିଖ ସନ୍ଧ୍ୟାରେ ଦୁର୍ଘଟଣାରେ ଆହତ ଜଣେ ରୋଗୀଙ୍କ ପକେଟ୍‌ରୁ ୮୦୦ ଟଙ୍କା ନେବା ଘଟଣାରେ ଅନୁଗୁଳ ହସ୍ପିଟାଲର ଜଣେ ହେଲ୍ପ ଡେସ୍କ କର୍ମଚାରୀଙ୍କୁ କାମରୁ ବାହାର କରି ଦିଆଯାଇଛି। ସୂଚନାଯୋଗ୍ୟ ଯେ, ଉକ୍ତ ଦିନ ଅପରାହ୍ନରେ ଜରପଡା ଥାନା ପରା ନିକଟରେ ଦୁଇ ବାଇକ୍ ମଧ୍ୟରେ ଧକ୍କା ଘଟି ବାରୁ ଜଣକର ଘଟାସ୍ଥଳରେ ମୃତ୍ୟୁ ଘଟି ଥିବାବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ରାଣୀଗୋଡ଼ା ଓ ଜରାସିଂହା ଅଞ୍ଚଳ‌ର କିଛି ସ୍ବେଚ୍ଛାସେବୀ ଅନୁଗୁଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଆହତ ସଂଗ୍ରାମଙ୍କୁ ଡ୍ରେସିଂ କରାଯାଉଥିବା ବେଳେ ରିଙ୍କୁ ନାମକ ଜନୈକ କର୍ମଚାରୀ ପକେଟ୍‌ରୁ ପର୍ଶ କାଢି ଟଙ୍କା ନେଇଯାଇଥିଲେ। ଏ ଘଟଣାକୁ ଜଣେ ସ୍ବେଚ୍ଛାସେବୀ ଭିଡିଓ କରି ନେଇଥିଲେ। ଏଟିଭିରେ ଏଥିନେଇ ଖବର ପ୍ରସାରଣ ପରେ ଉକ୍ତ କର୍ମଚାରୀଙ୍କୁ କାମରୁ ବହିସ୍କାର କରାଯାଇଥିବା ଜଣାପଡିଛି ।