ଅନ୍ୟାନ୍ୟ

ହୋଟେଲ,ରାସନ ଦୋକାନରେ ଜନସ୍ୱାସ୍ଥ୍ୟ ବିଭାଗର ଚଢ଼ାଉ

By Biswaranjan Pattnaik

November 11, 2021

ଅନୁଗୁଳ: ଗୁରୁବାର ଅନୁଗୁଳ ଜିଲ୍ଲା ଜନ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଖାଦ୍ୟ ନିରାପତ୍ତା ଅଧିକାରୀ ହରପ୍ରିୟା ଜେନାଙ୍କ ନେତୃତ୍ୱରେ ଏକ ଦଳ ଅନୁଗୁଳ ସହରର ବିଭିନ୍ନ ହୋଟେଲ,ଉଠା ଜଳଖିଆ ଦୋକାନ,ବେକରି ସପ୍ ଚା’ ଦୋକାନ ଏବଂ ରାସନ ଦୋକାନ ଉପରେ ଚଢ଼ାଉ କରିଥିଲେ। ବିନା ଫୁଡ଼ ଲାଇସେନ୍ସରେ ହୋଟେଲ,ଖଦ୍ୟ ବିକିବା,ଅସ୍ୱାସ୍ଥ୍ୟକର ପରିବେଶରେ ଖାଦ୍ୟ ବିକିବା ଅଭିଯୋଗରେ ଦୋକାନୀଙ୍କୁ ତାଗିଦ କରାଯିବା ସହ ଫାଇନ ଆଦାୟ କରାଯାଇଥିଲା ସୂଚନା ଯୋଗ୍ୟ ଯେ ଗତ ଦୁଇଦିନ ଧରି ବିଭିନ୍ନ ପ୍ୟାକେଜିଙ୍ଗ ପାଣି ବିକୁଥିବା ପ୍ଲାଣ୍ଟ ଉପରେ ଚଢ଼ାଉ କରାଯାଇ ସେମାନଙ୍କୁ ଦଣ୍ଡିତ କରାଯାଇଥିଲା ।ଚଢାଉରେ ଅନୁଗୁଳ ପୋଲିସ ପକ୍ଷରୁ ସହାୟତା ଦିଆଯାଇଥିଲା ।