ମୁଖ୍ୟ ଖବର

ଅନୁଗୁଳରେ ହୋଟେଲ କିଅନ୍‌ ଆସିଆନା ଉଦ୍‌ଘାଟିତ

By Biswaranjan Pattnaik

December 22, 2023

ଅନୁଗୁଳ: ଆଜି ସନ୍ଧ୍ୟାରେ ଆଶିଆନା ଗ୍ରୁପ୍‌ ଅଫ ହୋଟେଲସ ଆଣ୍ଡ ରେସର୍ଟସ ପକ୍ଷରୁ ଆଉ ଏକ ନୂଆ ହୋଟେଲ କିଅନ୍‌‌ ଆସିଆନାର ଶୁଭ ଉଦ୍‌ଘାଟନ ହୋଇଯାଇଛି।ଆଦର୍ଶ ଗ୍ରୁପ୍‌ ଅଫ ଇନଷ୍ଟି ଚ୍ୟୁସନସର ଅଧ୍ୟକ୍ଷ ତଥା ଶିକ୍ଷାବିତ୍‌ ଡ଼ା ମହେଶ ଚନ୍ଦ୍ର ଧଳ ଏହି ହୋଟେଲକୁ ଉଦ୍‌ଘାଟନ କରିଥିଲେ।ସମ୍ମାନିତ ଅତିଥି ଭାବେ ବରିଷ୍ଠ ପ୍ରଶାସନିକ ଅଧିକାରୀ ସୁଶାନ୍ତ କୁମାର ସାହୁ,ହୋଟେଲର ନିର୍ଦ୍ଦେଶକ ଆର୍ଯ୍ୟସୂତା ଧଳ,ରାଜେଶ କୁମାର ଧଳ ଏବଂ ପରିବାରବର୍ଗ ଉପସ୍ଥିତ ଥିଲେ।

ଏଠାରେ ସୂଚନା ଯୋଗ୍ୟ ହୋଟେଲରେ ସବୁ ପ୍ରକାର ଅତ୍ୟାଧୁନିକ ସୁବିଧା ରହିଛି।ରେଷ୍ଟୁରାଣ୍ଟ,ଫୁଡ୍‌ କୋର୍ଟ,ବାକ୍ୱେଟ ହଲ, ଏସି ଡିଲକ୍ସ ରୁମ୍‌,‌ପାର୍କିଂ ସୁବିଧା,ଭିନ୍ନକ୍ଷମ ଅତିଥିଙ୍କ ପାଇଁ ସବୁପ୍ରକାର ଆତିଥ୍ୟର ସୁବିଧା,ଚବିଶ ଘଣ୍ଟିଆ ସୁରକ୍ଷା,ସର୍ଭିସ୍‌ର ସୁନ୍ଦର୍‌ ବ୍ୟବସ୍ଥା ରହିଛି। ଜିଲ୍ଲା ପର୍ଯ୍ୟଟନ କ୍ଷେତ୍ରରେ ହୋଟେଲ ଶିଳ୍ପର ଗୁରୁ ଭୂମିକା ରହିଥିବା ବେଳେ କିଅନ୍‌ ଆସିଆନା ତାର ଲକ୍ଷ ପୂରଣ କରିପାରିବ ବୋଲି ଅଧ୍ୟକ୍ଷ ଶ୍ରୀ ଧଳ ଆଶା ବ୍ୟକ୍ତ କରିଛନ୍ତି ଆଜିର ଏହି ଉଦ୍‌ଘାଟନ ସମାରୋହରେ ସହରର ବହୁ ଗଣମାନ୍ୟ ବ୍ୟକ୍ତି ଓ ହୋଟେଲ ମାଲିକ ଯୋଗ ଦେଇଥିଲେ।