ଘଟଣା ଓ ଦୁର୍ଘଟଣା

ସର୍ଟସର୍କିଟରୁ ଜଳିଗଲା ଘର: ପୋଡ଼ିଗଲେ ୧୦ ଛେଳି, ଗ୍ୟାସ ସିଲିଣ୍ଡର ଫାଟି ଏକାଧିକ ଗୁରୁତର

By Angul TV Bureau

April 20, 2025

ଅନୁଗୁଳ: ଅନୁଗୁଳ ବ୍ଲକ ଅନ୍ତର୍ଗତ ବଲଙ୍ଗ ଗାଁରେ ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟି ୩ ବଖରା ଘର ପାଉଁଶ ହୋଇଯାଇଛି। ଏଥିସହ ଗ୍ୟାସ ଟାଙ୍କି ବିସ୍ଫୋରଣ ହୋଇ ଏକାଧିକ ଲୋକ ଗୁରୁତର ହୋଇଛନ୍ତି।

ସୂଚନା ମୁତାବକ, ଗତ କାଲି ରାତିରେ ବଲଙ୍ଗ ଗାଁର ଦିଲ୍ଲୀ ମପ ବିଶ୍ୱାଳଙ୍କ ଘରେ ବିଦ୍ୟୁତ ସର୍ଟ ସର୍କିଟ କାରଣରୁ ନିଆଁ ଲାଗିଥିଲା। ଚାହୁଁ ଚାହୁଁ ନିଆଁ ହୁତୁହୁତୁ ହୋଇ ସାରା ଘରକୁ ବ୍ୟାପୀ ଯାଇଥିଲା। ଘରେ ଥିବା ଦୁଇଟି ରନ୍ଧନ ଗ୍ୟାସ ସିଲିଣ୍ଡର ଅଗ୍ନିକାଣ୍ଡରେ ବିସ୍ଫୋରଣ ଘଟିଥିଲା। ଫଳରେ ନିଆଁ ଲିଭାଉଥିବା ଏକାଧିକ ଲୋକ ଆହତ ହୋଇଛନ୍ତି। ଗାଁରେ ନେଟୱାର୍କ ନଥିବା କାରଣରୁ ଲୋକେ ଦୂରକୁ ଯାଇ ଅନୁଗୁଳ ଦମକଳ ବାହିନୀଙ୍କୁ ଯୋଗାଯୋଗ କରିଥିଲେ। ଖବର ପାଇ ଅନୁଗୁଳ ଦମକଳ ବାହିନୀ ରାତି ୧ଟାରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ। ଅଗ୍ନିକାଣ୍ଡରେ ପାଖାପାଖି ୧୦ ଟି ଛେଳି ଜଳି ଯାଇଛନ୍ତି। ଏଥିସହ ଧାନ, ଚାଉଳ, ମୁଗ ବିରି ସମେତ ୫୦ ହଜାର ନଗଦ ଟଙ୍କା ସୁନା ଅଳଙ୍କାର ପୋଡ଼ି ପାଉଁଶ ହୋଇଯାଇଥିବା ଅଭିଯୋଗ ହୋଇଛି।