ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ କୁଲାଡ଼ ପଞ୍ଚାୟତରେ ରବିବାର ରାତିରେ ଅଗ୍ନିକାଣ୍ଡ ହୋଇ ଏକ ଘର ସମ୍ପୂର୍ଣ୍ଣ ଜଳିଯାଇଛି। ସୂଚନା ଅନୁଯାୟୀ, କୁଲାଡ଼ ପଞ୍ଚାୟତର ଅଶୋକ ବେହେରାଙ୍କ ଘରେ କୌଣସି କାରଣରୁ ନିଆଁ ଲାଗିଥିଲା। ଦେଖୁ ଦେଖୁ କିଛି ସମୟ ମଧ୍ୟରେ ସମ୍ପୂର୍ଣ୍ଣ ଘର ଏବଂ ଆସବାବ ପତ୍ର ଜଳି ପୋଡି ପାଉଁଶ ହୋଇଯାଇଛି। ଖବର ପାଇ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାଯାଇଛି।