ଅନ୍ୟାନ୍ୟ

ଶିକ୍ଷକପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପିଲାଙ୍କୁ ବଣ୍ଟାଗଲା ହାଉସ ଡ୍ରେସ

By Angul TV Bureau

July 08, 2023

ଅନୁଗୁଳ: ସ୍ଥାନୀୟ ଶିକ୍ଷକପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ହାଉସ ଡ୍ରେସ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଛି। ପ୍ରଧାନ ଶିକ୍ଷୟିତ୍ରୀ ସବିତା ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ସି ଆର ସି ସି ଅଖିଳ ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ହାଉସ ଡ୍ରେସ ବିତରଣ କରିଥିଲେ। ଏ ଅବସରରେ ବିଦ୍ୟାଳୟ ପରିଚାଳନା କମିଟିର ଚେୟାରମ୍ୟାନ ରଞ୍ଜନ କୁମାର ଭୋଇ ଏବଂ ସମସ୍ତ ଶିକ୍ଷୟିତ୍ରୀ ଉପସ୍ଥିତ ରହି ପିଲାଙ୍କୁ ଉତ୍ସାହିତ କରିଥିଲେ।