ମୁଖ୍ୟ ଖବର

ସଟ୍‌ସର୍କିଟରୁ ଜଳିଗଲା ଘର: ଆସବାବପତ୍ର ପୋଡ଼ି ଛାରଖାର୍

By Angul TV Bureau

July 27, 2026

ଅନୁଗୋଳ: ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ ଅନ୍ତର୍ଗତ କଣ୍ଢାଳ ପଂଚାୟତ ତାଳବେଡ଼ା ଗ୍ରାମରେ ସର୍ଟସର୍କିଟ୍ ଯୋଗୁଁ ଘରେ ନିଆଁ ଲାଗି ବହୁ ମୂଲ୍ୟବାନ ଆସବାବପତ୍ର ପୋଡ଼ି ନଷ୍ଟ ହୋଇଯାଇଛି।ପ୍ରକାଶ ଯେ, ଗ୍ରାମର ଗୋବିନ୍ଦ ଦଳବେହେରା ପରିବାରକୁ ନେଇ ଚିକିତ୍ସା ପାଇଁ ବାହାରକୁ ଯାଇଥିବା ବେଳେ ଘର ବନ୍ଦ ରହିଥିଲା। ଏହି ସମୟରେ ହଠାତ୍ ସଟ୍‌ସର୍କିଟ୍ ହୋଇ ଘର ଭିତରେ ନିଆଁ ଲାଗିଯାଇଥିଲା। ଫଳରେ ଘରେ ଥିବା ଏକ ନୂତନ ଫ୍ରିଜ୍, କୁଲର୍, ପଲଙ୍କ, ଲୁଗାପଟା ଏବଂ କବାଟ-ଝରକା ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଛି।

ଖବର ପାଇ ପରିବାରବର୍ଗ ଘରେ ପହଞ୍ଚି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ, କିନ୍ତୁ ସେତେବେଳକୁ ସବୁକିଛି ଜଳି ନଷ୍ଟ ହୋଇସାରିଥିଲା। ଶ୍ରୀ ଦଳବେହେରାଙ୍କ ଆର୍ଥିକ ଅବସ୍ଥା ଭଲ ନଥିବାରୁ, ପ୍ରଶାସନ ପକ୍ଷରୁ ତୁରନ୍ତ କ୍ଷତିପୂରଣ ଓ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।