ଘଟଣା ଓ ଦୁର୍ଘଟଣା

ନିଆଁ ଲାଗି ଜଳିଗଲା ୩ ବଖରା: ମହିଳା ଗୁରୁତର, ୧୦ ଛେଳି ଜୀବନ୍ତ ଦଗ୍ଧ

By Angul TV Bureau

March 05, 2023

ଅନୁଗୁଳ : ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ କୁସୁମପାଟରେ ଘର ପୋଡ଼ି ଘଟଣାରେ ଜଣେ ମହିଳା ଗୁରୁତର ହେବା ସହ ୧୦ ଛେଳି ଜୀବନ୍ତ ଦଗ୍ଧ ହୋଇଛନ୍ତି।

ସୂଚନା ମୁତାବକ, ରବିବାର ସଂଧ୍ୟାରେ ମାଗତ ଦେହୁରୀଙ୍କ ଘରେ ହଠାତ ନିଆଁ ଲାଗି ଯାଇଥିଲା। ଫଳରେ ମାଗତଙ୍କ ସ୍ତ୍ରୀ ଉର୍ବଶୀ ଦେହୁରୀ ପୋଡ଼ି ଯାଇଛନ୍ତି। ତାଙ୍କ ତିନି ବଖରା ଘରର ସମସ୍ତ ଆସବାବ ପତ୍ର ପୋଡି ଯାଇଥିବା ବେଳେ ଆଠରୁ ଦଶ ଛେଳି ମଧ୍ୟ ପୋଡି ହୋଇ ପ୍ରାଣ ହରାଇଛନ୍ତି। ଅନୁଗୁଳରୁ ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଖବର ପାଇ ସରପଞ୍ଚ ଜଗବନ୍ଧୁ ସାହୁ ପହଞ୍ଚି ଅଗ୍ନିବିପନ୍ନଙ୍କୁ ସାହାଯ୍ୟ କରିଛନ୍ତି।