ମୁଖ୍ୟ ଖବର

ଲଗାଣ ବର୍ଷାରେ ଭୁଶୁଡ଼ିଲା ଘର କାନ୍ଥ: ଅଳ୍ପକେ ବର୍ତ୍ତିଲେ ବୃଦ୍ଧ

By Angul TV Bureau

July 07, 2026

ଅନୁଗୋଳ: ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଦେଇ ଗ୍ରାମରେ ଲଗାଣ ବର୍ଷା ଯୋଗୁଁ ଏକ ଅଘଟଣ ଦେଖିବାକୁ ମିଳିଛି। ରବିବାର ରାତିରେ ବ୍ରାହ୍ମଣୀଦେଇ ଗ୍ରାମର ନରେନ୍ଦ୍ର ନାୟକଙ୍କ ଘର କାନ୍ଥ ହଠାତ୍ ଭୁଶୁଡ଼ି ପଡ଼ିଥିଲା। ଘଟଣା ସମୟରେ ନରେନ୍ଦ୍ର ଘର ନିକଟରେ ହିଁ ଥିଲେ, ମାତ୍ର ସୌଭାଗ୍ୟବଶତଃ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

କିଛି ଦିନ ଧରି ଲାଗି ରହିଥିବା ଲଘୁଚାପ ଜନିତ ବର୍ଷାରେ ଘରଟି ଦୁର୍ବଳ ହୋଇପଡ଼ିଥିବାରୁ ଏପରି ଅଘଟଣ ଘଟିଥିବା ସୂଚନା ମିଳିଛି। ଏ ନେଇ ନରେନ୍ଦ୍ର ସ୍ଥାନୀୟ ହିମିତିରା ରାଜସ୍ୱ ନିରୀକ୍ଷକଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। କ୍ଷତିଗ୍ରସ୍ତ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ସ୍ଥାନୀୟ ଅଞ୍ଚଳରେ ଦାବି ହୋଇଛି।