ଘଟଣା ଓ ଦୁର୍ଘଟଣା

ଘର ପୋଡ଼ିଦେଲା ମଦ୍ୟପ ପୁଅ

By Swagatika Samantray

January 14, 2021

ତାଳଚେର: ତାଳଚେର କୋଲିୟରୀ ଥାନା ଇଲାକା ଭରତପୁର ସିଏଚ୍‌ପି ହାଟି˚ରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହକୁ କେନ୍ଦ୍ର କରି ମଦ୍ୟପ ପୁଅ ଘରେ ନିଆଁ ଲଗାଇଦେଇଥିବା ଥାନାରେ ଅଭିଯୋଗ ହୋଇଛି। ପୁଲିସ୍‌ ସୂଚନା ମୁତାବକ, ଭରତପୁର ସିଏଚ୍‌ପି ହାଟି˚ସ୍ଥିତ ଏମସିଏଲ୍‌ ଜାଗାରେ ମିଥୁନ୍‌ ଦାସ (୫୫) ଏକ ଚାଳଘର କରି ରହୁଥିଲେ। ମଙ୍ଗଳବାର ସନ୍ଧ୍ୟାରେ ତାଙ୍କ ସାନ ପୁଅ ଘରେ ପହଞ୍ଚିଥିଲେ। ସେ ନିଶାରେ ଚୂର‌୍‌ ଥିବାବେଳେ ବାପାଙ୍କ ସହ ଝଗଡ଼ା କରି ଘରେ ନିଆଁ ଲଗାଇ ଦେଇଥିଲେ। ଚାହୁଁ ଚାହୁଁ ଘରଟି ଭସ୍ମୀଭୂତ ହୋଇଯାଇଥିଲା। ଘରେ ଥିବା ସମସ୍ତ ଆସବାବ ମଧ୍ଯ ପୋଡ଼ି ପାଉଁଶ ହୋଇଯାଇଥିଲା।