ଅନ୍ୟାନ୍ୟ

୨ୟ ଦିନରେ NTPC କଣିହାଁର ହାଉସ୍ କିପିଂ ଠିକାଶ୍ରମିକଙ୍କ ଧାରଣା, ଆଇନ୍ ଅନୁସାରେ ପ୍ରାପ୍ଯ ଦେବାକୁ ଦାବି

By Angul TV Bureau

May 21, 2025

ଅନୁଗୁଳ: ଏନ୍.ଟି.ପି.ସି କଣିହାଁର ହାଉସ୍ କିପିଙ୍ଗ୍ ଠିକାଶ୍ରମିକଙ୍କ ପକ୍ଷରୁ ଚାଲିଥିବା ଧାରଣା ଦ୍ଵିତୀୟ ଦିନରେ ପହଞ୍ଚିଛି। ତାଳଚେର ସୁପର ଥର୍ମାଲ ଓ୍ବାର୍କର୍ସ ୟୁନିୟନ ସଭାପତି ଜୟସେନ ମେହେର ଓ ସାଧାରଣ ସମ୍ପାଦକ ପ୍ରହ୍ଲାଦଚନ୍ଦ୍ର ସାହୁଙ୍କ ନେତୃତ୍ବରେ ଚାଲିଥିବା ଏହି ଧାରଣାରେ ସମସ୍ତ କର୍ମଚାରୀ ଉପସ୍ଥିତ ଅଛନ୍ତି।

ଅଭିଯୋଗ ମୁତାବକ, ଶ୍ରମ ଆଇନ୍ ଅନୁସାରେ ବର୍ଷରେ ସର୍ବନିମ୍ନ ୨୪୦ ଦିନ କାମ କରିବା ପରେ ରିଟ୍ରେଞ୍ଚମେଣ୍ଟ୍ ବେନିଫିଟ୍ ବାବଦରେ ୧୫ ଦିନର ମଜୁରୀ ପ୍ରଦାନ କରିବା ପରିବର୍ତ୍ତେ ବର୍ଷର ମୋଟ୍ ମଜୁରୀର ଶତକଡା ୪.୧୧ ହିସାବରେ ରିଟ୍ରେଞ୍ଚମେଣ୍ଟ ବେନିଫିଟ ପ୍ରଦାନ କରାଯାଉଛି। ଏଣୁ ଏହାକୁ ବିରୋଧ କରି ଧାରଣାରେ ବସିଛନ୍ତି ଠିକାଶ୍ରମିକ। ଦାବି ପୂରଣ ପର୍ଯ୍ୟନ୍ତ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲୁ ରହିବ ବୋଲି ଠିକାଶ୍ରମିକମାନେ ପ୍ରକାଶ କରିଛନ୍ତି। ଏହି ଧାରଣାରେ ସୁନିଆ ନାଏକ, ବୀରେନ୍ଦ୍ର ନାଏକ, ଅଜୟ ବେହେରା, ବିନୋଦ ନାଏକ ପ୍ରମୁଖ ଉପସ୍ଥିତ ଅଛନ୍ତି।