ମୁଖ୍ୟ ଖବର

ଆଦର୍ଶ ଇଞ୍ଜିନିୟରିଂ କଲେଜ ପରିସରରେ ବିଶାଳ ରକ୍ତଦାନ ଶିବିର

By Biswaranjan Pattnaik

September 29, 2023

ଅନୁଗୁଳ: ଆଦର୍ଶ ଇଞ୍ଜିନିୟରିଂ କଲେଜ ପରିସରରେ ଆଜି ଏକ ବିଶାଳ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ରକ୍ତଦାନ ମହତ୍ ଦାନ,ରକ୍ତ ଦେବା ଅନ୍ୟର ଜୀବନ ବଞ୍ଚାଇବା ଏହି ସିଦ୍ଧାନ୍ତକୁ ପ୍ରତିପାଦିତ କରିବା ଲକ୍ଷ୍ୟ ନେଇ ଆଦର୍ଶ ଗ୍ରୁପ୍ ଅଫ ଇନଷ୍ଟିଚ୍ୟୁସନର ପ୍ରତିଷ୍ଠାତା ତଥା ସମାଜସେବୀ ଡ଼ା ମହେଶ ଚନ୍ଦ୍ର ଧଳଙ୍କ ନେତୃତ୍ୱରେ ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ସହଯୋଗରେଏହି ବିଶାଳ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା।

ରାଜ୍ୟ ବସୁଧା ଯୋଜନା ଉପଦେଷ୍ଟା ତଥା ବିଜେଡି ଯୁବ ସଭାପତି ଦିନେଶ ପ୍ରଧାନ,ନଗର ପାଳ ଅକ୍ଷୟ କୁମାର ସାମନ୍ତ,ପୂର୍ବତନ ନଗରପାଳ ପୂର୍ଣ୍ଣ ଚନ୍ଦ୍ର ରାଉତ,ସୁକାନ୍ତି ଦାସ,ଭକ୍ତି ପ୍ରସାଦ ଦାସ ଏବଂ ପୂର୍ବତନ ତାମଡ଼ା ଅଧ୍ୟକ୍ଷ ଏବଂ ଜୀବନ ବିନ୍ଦୁ ଜିଲ୍ଲା ସଂଯୋଜକ ଶକ୍ତି ପ୍ରସାଦ ପଟ୍ଟନାୟକ ଅନ୍ୟ ବହୁ କାଉନସିଲର ଓ ସରପଞ୍ଚ ଅତିଥି ଭାବେ ଶିବିରରେ ଯୋଗ ଦେଇଥିଲେ ଅନୁଗୁଳ ରକ୍ତଭଣ୍ଡାର କର୍ମଚାରୀ ଓ ଭିମସର୍ ବୁର୍ଲା ରକ୍ତ ଭଣ୍ଡାରର କର୍ମଚାରୀ ମାନେ ରକ୍ତ ସଂଗ୍ରହ କରିଥିଲେ। ଶିବିରରୁ ମୋଟ ୧୫୧ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା।ଆଦର୍ଶ ଗ୍ରୁପ୍ ଅଫ ଇନଷ୍ଟିଚ୍ୟୁସନର ବହୁ କର୍ମଚାରୀ ଓ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ । ସ୍ଥାନୀୟ ଅଧିବାସୀ ସ୍ବେଛାସେବୀ ଓ ବହୁ ଛାତ୍ର ଛାତ୍ରୀ ରକ୍ତଦାନ କରିଥିଲେ।