ମୁଖ୍ୟ ଖବର

ଏନଟିପିସିରୁ ବିପୁଳ ପରିମାଣର କଫ ସିରପ ଜବତ, ଦୁଇ ଗିରଫ

By Biswaranjan Pattnaik

September 28, 2025

ଅନୁଗୁଳ: ଗତ ୨୭ ତାରିଖ ରାତି ପ୍ରାୟ ସାଢେ଼ ଆଠଟା ସମୟରେ ଏନଟିପିସି ପୋଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଗଦାଶିଳାର ଏକ ବିସ୍କୁଟ ଦୋକାନରେ ଚଢଉ କରି ବିପୁଳ ପରିମାଣର ଏସ୍କଫ ବ୍ରାଣ୍ଡର କଫ ଶିରପ ଜବତ କରିଥିଲେ। ଏସଆଇ ଏମ୍.ଡି ପଣ୍ଡା ଏବଂ ଏଏସଆଇ ପି.ବେହେରା ଏବଂ ତାଙ୍କ ଟିମ୍ ଏହି ଚଢଉରେ ଭାଗ ନେଇଥିଲେ।ମୋଟ ୬୯୭ ବୋତଲ କଫ ସିରପ ଜବତ କରାଯାଇଥିଲା।

ଦୋକାନ ମାଲିକ ସିପୁନ ବାରିକ ଏବଂ ତାଙ୍କ ମା’ ମୀନା ବାରିକ ଚଢାଉ ବେଳେ ଦୋକାନରେ ଉପସ୍ଥିତ ଥିଲେ। ଖୁଣ୍ଟୁଣିର କାଳିଆ ବିହାରୀ ଠାରୁ ମାଲ ଆଣିଥିବା ସିପୁନ ପ୍ରକାଶ କରିଥିଲେ। ଉଭୟ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ଏନ୍.ଡି.ପି.ଏସ ଆକ୍ଟ ଅନୁସାରେ ମାମଲା ରୁଜୁ କରିଛି।