ଅନୁଗୁଳ: ହୁଲୁରୁସିଂହା ପୂଜା କମିଟି ପକ୍ଷରୁ ଚଳିତ ଦୁର୍ଗା ପୂଜାରେ ଆକର୍ଷଣୀୟ ମୂର୍ତ୍ତି ସାଙ୍ଗକୁ ରାଜସ୍ଥାନୀ ପ୍ୟାଲେସ ତୋରଣ କରାଯାଇଛି ଯାହା ଦର୍ଶକଙ୍କୁ ବେଶ୍ ଆକର୍ଷିତ କରୁଛି। ଗତ ୭୦ ବର୍ଷ ଧରି ଏହି ପୂଜା କମିଟି ଶାନ୍ତି ଶୃଙ୍ଖଳାର ସହ ମଣ୍ଡପରେ ପୂଜା କରି ଆସୁଛନ୍ତି। କଟକ କାରିଗର ମୂର୍ତ୍ତି କରିଥିବାବେଳେ ଦାଣ୍ଡିଆ ନୃତ୍ୟ,ଭଜନ ସନ୍ଧ୍ୟା ଚଳିତ ପୂଜା ରେ ଦର୍ଶକ ଙ୍କୁ ଆକର୍ଷିତ କରିବ ବୋଲି ପୂଜା କମିଟି କର୍ମକର୍ତ୍ତା ପ୍ରକାଶ କରିଛନ୍ତି। ସଭାପତି ରୂପେ ସଂଗ୍ରାମ ମିଶ୍ର ଓ ସମ୍ପାଦକ ରୂପେ କ୍ଷୀରୋଦ କୁମାର ପ୍ରଧାନ ଦାୟିତ୍ଵ ନେଇ ପୂଜା କୁ କିଭଳି ସଫଳତାର ସହ ସମ୍ପନ୍ନ କରାଯିବ ତାହା ଦେଖୁଛନ୍ତି। ଏହି ମଣ୍ଡପରେ ପ୍ରତିଦିନ ସନ୍ଧ୍ୟାରେ କ୍ଷୀରୀ କାକରା ଓ ବୁନ୍ଦି ଭୋଗ ହୋଇଥାଏ ।ଏହାର ଭସାଣି ସମାରୋହ ମଧ୍ୟ ଅନୁଗୁଳ ବାସୀଙ୍କୁ ବେଶ୍ ମନୋରଞ୍ଜନ ଯୋଗାଇଥାଏ।