ଅନ୍ୟାନ୍ୟ

ହିଙ୍ଗୁଳାଙ୍କ ହୁଣ୍ଡିରୁ ସଂଗ୍ରହ ହେଲା ୪ ଲକ୍ଷ ୮୮ ହଜାର

By Angul TV Bureau

April 12, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ଗୋପାଳପ୍ରସାଦ ସ୍ଥିତ ପୀଠ ପରିସରରେ ଥିବା ସମସ୍ତ ହୁଣ୍ଡିଗୁଡିକ ସୋମବାର ଖୋଲା ଯାଇଥିଲା ବେଳେ ସେଥିରୁ ୪ ଲକ୍ଷ ୮୮ ହଜାର ଟଙ୍କା ସଂଗୃହୀତ ହୋଇଛି। ଟ୍ରଷ୍ଟୋର୍ଡ ସଦସ୍ୟ ରାଜେନ୍ଦ୍ର କୁମାର ସିଂହ, ସନ୍ତୋଷ କୁମାର ପ୍ରଧାନ, ଗଗନ ବିହାରୀ ସାହୁ ପ୍ରମୁଖଙ୍କ ଉପସ୍ଥିତିରେ ହୁଣ୍ଡି ଖୋଲା ଯାଇ ଏହି ଅର୍ଥରାଶି ସଂଗୃହୀତ ହୋଇଥିବାର ଜଣାପଡ଼ିଛି। ଏଥିରେ ଧୂଳେଶ୍ଵର ବେହେରା, ପଞ୍ଚାନନ ବେହେରା, ବିନୟ କୁମାର ମହାନ୍ତି, ସିପୁନ ବାରିହା, ଜୟନ୍ତ ଦେହୁରୀ, ମଳୟ ମହାନ୍ତି, ବିଷ୍ଣୁସେନ ପତିଆର, ଜିନେଶ ସାମଲ, ସର୍ବେଶ୍ୱର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଆସନ୍ତା ୧୫ ତାରିଖରୁ ହିଙ୍ଗୁଳା ଯାତ୍ରା ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଥିବା ବେଳେ ପୂଜା ପୂର୍ବରୁ ଏହି ହୁଣ୍ଡି ଖୋଲାଯାଇଥିଲା।